ନୂଆଦିଲ୍ଲୀ :ଶୀତଦିନ କିଛି ଲୋକ ବହୁତ ଭଲ ଲାଗିଥାଏ ଓ କିଛି ଲୋକଙ୍କୁ ଟିକେ କଷ୍ଟ ଲାଗିଥାଏ । ସୀତା ଦିନ ଆସିବା ମାତ୍ରେ ଆମେ କମ୍ବଳ, ଚାଦର ସବୁ ବାହାରକରିଥାଉ । ଅନେକ ଲୋକ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ରାତିରେ ସ୍ୱେଟର ପିନ୍ଧି ଶୋଇଥାନ୍ତି ।ସେହିପରି ଶୀତଦିନେ କିଛି ଲୋକ ମୋଜା ପିନ୍ଧି ଶୋଇଥାନ୍ତି । ଶୀତ ଦିନେରେ ମୋଜା ପିନ୍ଧିବା ଦ୍ୱାରା ଏହା ଆମ ପାଦକୁ ପୁରା ଉଷୁମ ରଖିଥାଏ ।
କିନ୍ତୁ ମୋଜା ପିନ୍ଧି ଶୋଇବା ଦ୍ୱାରା ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆମେ ମୋଜା ପିଂଧିକି ସଉଛେ ତେବେ ଆମକୁ କିଛି ଜିନିସର ଧ୍ୟାନ ରଖିବା ନିହାତି ଆବଶ୍ୟକ । ନହେଲେ ଏହା ଆମ ଦେହ କୁ ଖରାପ କରିପାରେ । ତେବେ ଆସନ୍ତୁ ଜାଣିବା ମୋଜା ପିନ୍ଧି ଶୋଇବାର ଉପକାର ଓ ଅପକାର କଣ ରହିଛି…..
ଥଣ୍ଡା ଦୂର ହୁଏ: ମୋଜା ପିନ୍ଧି ଶୋଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୁଏ । ମୋଜା ପିନ୍ଧିବା କାରଣରୁ ରକ୍ତ ସଞ୍ଜାଳନ ବୃଦ୍ଧି ପାଇଥାଏ । ଏହା ଶରୀରକୁ ଗରମ କରିଥାଏ । ଶୀତଦିନେ ଥଣ୍ଡା ହେତୁ ଶୀଘ୍ର ଶୋଇବା କଷ୍ଟକର । କିନ୍ତୁ ମୋଜା ପିନ୍ଧି ଶୋଇବା ଶରୀରକୁ ଗରମ କରିଥାଏ ଏବଂ ଶୀଘ୍ର ନିଦ ହୋଇଥାଏ ।
ଗୋଇଠି ଫଠା ଦୂର ହୁଏ- ଥଣ୍ଡା ହେତୁ ହାତ ଏବଂ ପାଦ ଫାଟିଥାଏ । ତେବେ ମୋଜା ପିନ୍ଧି ଶୋଇବା ଦ୍ୱାରା ଆପଣ ଏହି ସମସ୍ୟାରୁ ରକ୍ଷା ପାଇ ପାରିବେ । ଏହା ରାଇନାଡର ସିଣ୍ଡ୍ରୋମ ହ୍ରାସ କରିବାରେ ସାହାଯ୍ୟ କରେ । ମୋଜା ସହିତ ଶୋଇବା ପାଦକୁ ଧୂଳି ଏବଂ ପବନଠାରୁ ଦୂରରେ ରଖେ ।
ମୋଜା ପିନ୍ଧି ଶୋଇବାର କ୍ଷତି: ମୋଜା ପିନ୍ଧି ଶୋଇବାର ଲାଭ ଅନେକ, କିନ୍ତୁ ଭୁଲ୍ କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇ ପାରେ । ଯଦି ତୁମର ମୋଜା ଟାଇଟ୍ ହୁଏ ତେବେ ଏହା ରକ୍ତ ପ୍ରବାହକୁ ହ୍ରାସ କରିପାରେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପାରେ । ଏହା ବ୍ୟତୀତ ମୋଜା ପିନ୍ଧିବା ବେଳେ ଏହା ମଧ୍ୟ ମନେ ରଖିବା ଉଚିତ୍ ଯେ ମୋଜା ଭଲ ଭାବେ ସଫା ରଖିବା ଉଚିତ୍ । ମଇଳା ମୋଜା ପାଦକୁ କ୍ଷତି ପହଞ୍ଚାଇ ଥାଏ ।