ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଭେଟିଲା ବିଜେପି । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ । ମୁଖ୍ୟ ସଚେତନ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକମାନେ ଭେଟିଲେ । ଜୟନାରାୟଣଙ୍କୁ ମାରିଦେବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ନିଜ ମତ ରଖିଛନ୍ତି ମୋହନ । ଜୟନାରାୟଣଙ୍କୁ ମାରିଦେବାକୁ ଅରୂପ ପଟ୍ଟନାୟକ ଧମକ ଦେଇଛନ୍ତି । ବିଧାନସଭା ନଆସିବା ପାଇଁ ଚକ୍ରାନ୍ତ କରାଯାଉଥିବା କହିଲେ ମୋହନ ମାଝୀ ।
ସୄଚନା ମୁତାବକ,ରାଜ୍ୟପାଳଙ୍କୁ ଫେରାଦ ପରେ ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ଅରୂପ ପଟନାୟକଙ୍କ ନା’ରେ ଏତଲା ଦେଲା ବିଜେପି । ବିଜେପିର ବିଧାୟମକମାନେ ରାଜଭବନରୁ ପଦଯାତ୍ରାରେ ବାହାରି କ୍ୟାପିଟାଲ ଥାନାରେ ପହଞ୍ଚିଥିଲେ । ସେଠାରେ ଅରୁପ ପଟ୍ଟନାୟକଙ୍କ ନା’ରେ ଏତଲା ଦେଇଛନ୍ତି । ଜୟ ନାରାୟଣ ମିଶ୍ରଙ୍କୁ ଧମକ ଦେଇଥିବା ନେଇ ଏତଲା ଦେଇଛନ୍ତି ବିଜେପି ବିଧାୟକମାନେ