ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପୱାଡା ଜିଲ୍ଲାରେ ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ବୁଧବାର ବିଳମ୍ବିତ ରାତିରେ ବିଏସ୍ଏଫ୍ ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ବିଏସ୍ଏଫ୍ ଓ ଜମ୍ମୁ-କଶ୍ମୀର ପୁଲିସର ମିଳିତ ବାହିନୀ ସୈଦପୋରୋ ଆଗୁଆ ଘାଟି ନିକଟରେ ପାଟ୍ରୋଲିଂ କରୁଥିବାବେଳେ ଏଲଓସି ନିକଟରେ କିଛି ଲୋକ ସନ୍ଦେହଜନକଭାବେ ଚଳପ୍ରଚଳ କରୁଥିବା ଲକ୍ଷ୍ୟ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା କୁହାଯାଇଛି ।