34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶହୋପ୍ ଓ ପାୱେଲ୍ ଇଣ୍ଡିଜ୍ ଅଧିନାୟକ

ହୋପ୍ ଓ ପାୱେଲ୍ ଇଣ୍ଡିଜ୍ ଅଧିନାୟକ

ଜାମାଇକା : ଗତ ବର୍ଷ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ୱେଷ୍ଟ୍‌ଇଣ୍ଡିଜ୍ ସୀମିତ ଓଭର୍ ଦଳର ଅଧିନାୟକ ପଦରୁ ନିକୋଲାସ୍ ପୂରନ୍ ଇସ୍ତଫା ଦେଇଥିଲେ । ବୁଧବାରଚ୍ରିକେଟ୍ ୱେଷ୍ଟ୍‌ଇଣ୍ଡିଜ୍ (ସିଡବ୍‌ଲ୍ୟୁଆଇ) ପକ୍ଷରୁ ଶାଇ ହୋପ୍ ଓ ରୋଭମାନ୍ ପାୱେଲ୍‌ଙ୍କୁ ଯଥାକ୍ରମେ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ଖେଳାଳି ସେମାନଙ୍କ ଅଧିନାୟକ କ୍ୟାରିଅର୍ ଆସନ୍ତା ମାର୍ଚ୍ଚ ୧୬ରୁ ଆରମ୍ଭ ହେଉଥିବା ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍‌ରୁ ଆରମ୍ଭ କରିବେ ।

ଗତ ୨୦୧୯ରେ ହୋପ୍‌ଙ୍କୁ ୱେଷ୍ଟ୍‌ଇଣ୍ଡିଜ୍ ଦିନିକିଆ ଦଳର ଉପଅଧିନାୟିକା ଦାୟିତ୍ୱ ଦିଆଯାଇଥିଲା । ଗତ ବର୍ଷ ଜୁନ୍‌ରେ ମଧ୍ୟ ପୁଣିଥରେ ତାଙ୍କୁ ଉପଅଧିନାୟକ ଭାବେ ଘୋଷଣା କରାଯାଇଥିଲା । ଏହି ଶୀର୍ଷ କ୍ରମ ବ୍ୟାଟ୍ସମ୍ୟାନ୍ ଜଣକ ଅଦ୍ୟାବଧି ୧୦୪ଟି ଦିନିକିଆ ଖେଳି ୪୮.୦୮ ହାରରେ ୪୩୦୮ ରନ୍ କରିସାରିଛନ୍ତି । ଅନ୍ୟପକ୍ଷରେ ଗତ ବର୍ଷର କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍‌ରେ ପାୱେଲ୍‌ଙ୍କ ନେତୃତ୍ୱରେ ଜାମାଇକା ତଲାୱାସ୍ ଚାମ୍ପିଅନ୍ ହୋଇଥିଲା । ଏହାଛଡ଼ା ଗତ ବର୍ଷ ନଭେମ୍ବରରେ ସେ ଜାମାଇକା ସ୍କର୍ପିଅନ୍ସକୁ ସିଜି ୟୁନାଇଟେଡ୍ ସୁପର୍‌୫୦ କପ୍‌ରେ ମଧ୍ୟ ଚାମ୍ପିଅନ୍ କରାଇଥିଲେ । ଏହା ପୂର୍ବରୁ ପାୱେଲ୍ ସାମୟିକ ଭାବେ ୩ଟି ଦିନିକିଆ ଓ ଗୋଟିଏ ଟି-୨୦ରେ ଇଣ୍ଡିଜ୍ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking