28.1 C
Bhubaneswar
Friday, September 20, 2024
Homeଓଡିଶାଚୌଦ୍ୱାର ଜେଲ୍ କଏଦୀଙ୍କ ଏସ୍‌ସିବିରେ ମୃତ୍ୟୁ

ଚୌଦ୍ୱାର ଜେଲ୍ କଏଦୀଙ୍କ ଏସ୍‌ସିବିରେ ମୃତ୍ୟୁ

କଟକ: ଚୌଦ୍ୱାର ଜେଲର ଜଣେ ବିଚାରାଧୀନ କଏଦୀଙ୍କ କଟକ ଏସ୍‌ସିବି ମେଡିକାଲରେ ଆଜି ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ତ୍ରିନାଥ ବେହେରା(୭୨) । ଗୁରୁବାର ସକାଳେ ଜେଲରେ ରହୁଥିବା ତ୍ରିନାଥ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଜେଲ କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସା ପାଇଁ ତୁରନ୍ତ ଏସ୍‌ସିବି ମେଡିକାଲକୁ ପଠାଇଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ତ୍ରିନାଥଙ୍କ ଘର ୪୨ ମୌଜା ଥାନା ଅନ୍ତର୍ଗତ ତଇଲିପଡ଼ା ଅଞ୍ଚଳରେ । ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡଧାରୀଭାବେ କଟକ ଖାନନଗରସ୍ଥିତ ସାଉଥ୍ ପଏଣ୍ଟ ନର୍ସିଂ ହୋମର ବିନା ଚିକିତ୍ସାରେ ଅର୍ଥ ଲାଞ୍ଚ ନେଲା ଭଳି ଠକେଇ ମାମଲାରେ ଛନ୍ଦି ହୋଇଯାଇଥବଲେ । ମାସକ ତଳେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଚୌଦ୍ୱାର ଜେଲରେ ରକାଯାଇଥିଲା । ଅପରପକ୍ଷରେ, ମଙ୍ଗଳବାଗ ଥାନା ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ଜେଲ କତ୍ତପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking