21.1 C
Bhubaneswar
Thursday, January 16, 2025
Homeଓଡିଶାକେନ୍ଦ୍ରମନ୍ତ୍ରୀଙ୍କ ଦେବଗଡ଼ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବିପତ୍ର ପ୍ରଦାନ

କେନ୍ଦ୍ରମନ୍ତ୍ରୀଙ୍କ ଦେବଗଡ଼ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବିପତ୍ର ପ୍ରଦାନ

ଦେବଗଡ଼ : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି l ଦେବଗଡ ମହାବିଦ୍ୟାଳୟକୁ ୟୁଜିସି ପାଣ୍ଠିରୁ ଅନୁଦାନ ପାଇଁ କେନ୍ଦ୍ର ମାନ୍ୟବର ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେବଗଡ ଜ଼ିଲ୍ଲା ନାଗରିକ କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଦେବଗଡ଼ ମହାବିଦ୍ୟାଳୟ ପଶ୍ଚିମ ଓଡିଶାର ଏକ ଅନୁଦାନ ପ୍ରାପ୍ତ ୬୦ବର୍ଷ ପୁରୁଣା ବେସରକାରୀ ମହାବିଦ୍ୟାଳୟ l ଏଠାରେ ଯୁକ୍ତ ଦୁଇ ଠାରୁ ଆରମ୍ଭ କରି ସ୍ନାତକତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନର ସୁବିଧା ରହିଛି l ଅପରପକ୍ଷେ ଏହା ଜ଼ିଲ୍ଲାର ଷାଠିଏ ବର୍ଷ ପୁରୁଣା ନୋଡାଲ ମହାବିଦ୍ୟାଳୟ ହୋଇଥିବା ହେତୁ ଏହାର ଶ୍ରେଣୀ ଗୃହ ତଥା ବିଜ୍ଞାନଗାର ଗୁଡିକ ପୁରୁଣା ଓ ଜିରାଜୀର୍ଣ୍ଣ ଅବସ୍ଥାକୁ ଆସି ପହଂଚିଲାଣି l

ଏହି ପରିପ୍ରେକ୍ଷୀରେ ଦେବଗଡ ମହାବିଦ୍ୟାଳୟକୁ ୟୁଜିସି ପାଣ୍ଠି ରୁ ଅନୁଦାନ ମଂଜୁର କରିବାକୁ ନାଗରିକ କମିଟି ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ l ସେହିପରି ବାରକୋଟ ବ୍ଲକର ବିଦେଇ ବଡ଼କୁଦର ଠାରେ ହେବାକୁ ଥିବା ମେଗା ଫୁଡ ପ୍ଲାଣ୍ଟ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ l ପ୍ରତିନିଧି ଦଳରେ ସୁଧୀର କପରଦାର, ମାର୍କଣ୍ଡେଶ୍ୱର ଶତପଥୀ,ଲକ୍ଷ୍ମଣ ପ୍ରଧାନ ଓ ବିଭୁତି ଗଂଗଦେବ ଏହି ଦାବୀ ଉପସ୍ଥାପନ କରିଥିଲେ l ସେହିପରି ପୌର ପରିଷଦ ଉପନଗରପାଳ ପ୍ରଜିତ କୁମାର ଭୋଜଙ୍କ ନେତୃତ୍ୱରେ ବିଜେପିର ୬ ଓ ଜଣେ ମାତ୍ର ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା ମନ୍ତ୍ରୀଙ୍କ ସହ ସାକ୍ଷାତ କରି ଜିଲ୍ଲାରେ ଏକ ବିଇଡି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ଦାବୀ କରିଥିବା ବେଳେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲାରେ ଥିବା ଏକ ମାତ୍ର କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ କୋଠା, ଏକ ସୈନିକ ସ୍କୁଲ ଓ ସାମ୍ବାଦିକ ଭବନର ଆବଶ୍ୟତା ଥିବା ଦାବୀ ଉପସ୍ଥାପନା କରି ପୂରଣ ପାଇଁ ଅନୁରୋଧ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking