ନୂଆଦିଲ୍ଲୀ: ଭାଷା ଏବଂ ସାଂସ୍କୃତିକ ବିବିଧତା ବିଷୟରେ ସଚେତନତା ତଥା ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ପାଳନ ହେଉଛି ଆନ୍ତର୍ଜାତୀୟ ମାତୃଭାଷା ଦିବସ । ୧୯୯୯ ମସିହା ନଭେମ୍ବର ୧୭ ତାରିଖରେ ଏହାକୁ ନେଇ ଘୋଷଣା କରିଥିଲା ୟୁନେସ୍କୋ । ସେହି ଦିନଠୁ ପ୍ରତ୍ୟେକ ବର୍ଷ ଫେବୃଆରୀ ୨୧ ତାରିଖକୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ରୂପରେ ଏକ ବିଶ୍ୱସ୍ତରୀୟ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଏ । କିନ୍ତୁ ୨୦୦୨ ରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୫୬/୨୬୨ ଗ୍ରହଣ କରାଯିବା ସହ ଆନୁଷ୍ଠାନିକ ଭାବରେ ଏହାକୁ ସ୍ୱୀକୃତି ଦିଆଯାଇଥିଲା। ମାତୃଭାଷା ଦିବସ ଏକ ବ୍ୟାପକ ପଦକ୍ଷେପ ଅଟେ।
ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାର ପଦକ୍ଷେପ ନେଇଥିଲା ପଡୋଶୀ ରାଷ୍ଟ୍ର ବାଂଲାଦେଶ। ବଙ୍ଗଳା ଭାଷାର ସ୍ୱୀକୃତି ପାଇଁ ୨୧ ଫେବୃଆରୀ ବାଂଲାଦେଶର ଲୋକ (ତତ୍କାଳୀନ ପୂର୍ବ ପାକିସ୍ତାନ) ସେଠାରେ ସ୍ୱର ଉତ୍ତୋଳନ କରିଥିଲେ । ତେବେ ୧୯୯୯ ରେ ୟୁନେସ୍କୋ ୨୧ ଫେବୃଆରୀକୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଭାବରେ ଘୋଷଣା କରିବା ପରେ ୨୦୦୦ ଠାରୁ ଏହା ସମଗ୍ର ବିଶ୍ୱରେ ପାଳନ ହୋଇଆସୁଛି। ଏହି ଘୋଷଣା ବାଂଲାଦେଶୀ (ତତ୍କାଳୀନ ପୂର୍ବ ପାକିସ୍ତାନୀ) ଦ୍ୱାରା କରାଯାଇଥିବା ଭାଷା ଆନ୍ଦୋଳନ ପାଇଁ ଏକ ବଡ ଉପହାର ବୋଲି ମଧ୍ୟ କୁହାଯାଇପାରେ । ୧୯୪୭ ମସିହାରେ ଯେତେବେଳେ ପାକିସ୍ତାନ ସୃଷ୍ଟି ହେଲା, ଏହାର ଦୁଇଟି ଭୌଗୋଳିକ ଦୃଷ୍ଟିରୁ ପୃଥକ ଅଂଶ ଥିଲାା ସଂସ୍କୃତି ଏବଂ ଭାଷା ଅନୁସାରେ ଉଭୟ ଅଂଶ ପରସ୍ପରଠାରୁ କୁବ ଭିନ୍ନ ଥିଲେ । ତେବେ ୧୯୪୮ ମସିହାରେ ପାକିସ୍ତାନ ସରକାର ଉର୍ଦ୍ଦୁକୁ ଦେଶର ଏକମାତ୍ର ଜାତୀୟ ଭାଷା ବୋଲି ଘୋଷଣା କରିଥିଲେ, ଯଦିଓ ପୂର୍ବ ପାକିସ୍ଥାନ ଏବଂ ପଶ୍ଚିମ ପାକିସ୍ଥାନକୁ ମିଶ୍ରଣ କରୁଥିବା ଅଧିକାଂଶ ଲୋକ ବଙ୍ଗଳା ଭାଷାରେ କଥା ହେଉଥିଲେ। କିନ୍ତୁ ପୂର୍ବ ପାକିସ୍ତାନର ମାତୃଭାଷା ବଙ୍ଗଳା ଥିବାରୁ ସେମାନେ ଏହାର ପ୍ରତିବାଦ ଆରମ୍ଭ କରିଥିଲେ । ଉର୍ଦ୍ଦୁ ବ୍ୟତୀତ ବଙ୍ଗଳାକୁ ମଧ୍ୟ ଜାତୀୟ ଭାଷା ସାମିଲ କରିବା ପାଇଁ ଦାବି କରିଥିଲେ ଏଠାକାର ଲୋକେ। କିନ୍ତୁ ଏହି ଦାବି ପ୍ରଥମେ ୨୩ ଫେବୃଆରୀ ୧୯୪୮ ରେ ପାକିସ୍ତାନର ବିଧାନସଭାରେ ଉଠାଇ ଦିଆଯାଇଥିଲା।
ସେପଟେ ଏହି ବିରୋଧକୁ ଭାଙ୍ଗିବା ପାଇଁ ପାକିସ୍ତାନ ସରକାର ସାଧାରଣ ସଭା ତଥା ସମାବେଶକୁ ନିଷିଦ୍ଧ କରିଥିଲେ। ଏହାକୁ ନେଇ ଅନେକ ଦଙ୍ଗା ମଧ୍ୟ ସୃଷ୍ଟି ହୋଇଥିଲା । ଇତିହାସରେ ଏହା ଏକ ବିରଳ ଘଟଣା ଥିଲା, ଯେଉଁଠାରେ ଲୋକମାନେ ମାତୃଭାଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେବେଠାରୁ ବାଂଲାଦେଶୀମାନେ ଅନ୍ତର୍ଜାତୀୟ ମାତୃଭାଷା ଦିବସକୁ ସେମାନଙ୍କର ଦୁଃଖଦ ଦିନ ଭାବରେ ପାଳନ କରନ୍ତି। ମାତୃଭାଷାକୁ ସମ୍ମାନ ଦେବା ପାଇଁ ପ୍ରାଣତ୍ୟାଗ କରିଥିବା ସହୀଦଙ୍କ ସ୍ମୃତିରେ ନିର୍ମିତ ଏକ ସ୍ମାରକୀ ଏବଂ ଏହାର ପ୍ରତିକୃତି ସେମାନଙ୍କ ପ୍ରତି ଗଭୀର ଦୁଃଖ, ସମ୍ମାନ ଏବଂ କୃତଜ୍ଞତା ଜଣାଇବା ପାଇଁ ସେମାନେ ସହିଦ ମିନାର ପରିଦର୍ଶନ କରନ୍ତି ।