ପୋର୍ଟ ବ୍ଲେୟାର: ଆଣ୍ଡାମାନ ନିକୋବର ଦ୍ୱୀପରେ ଘଟିଥିବା ଏକ ଗଣଦୁଷ୍କର୍ମ ମାମଲାରେ ଏସ୍ଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ପକ୍ଷରୁ ୯୩୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ଚାର୍ଜସିଟ୍ରେ ବରିଷ୍ଠ ଆଇଏଏସ୍ ଅଫିସର ତଥା ଆଣ୍ଡାମାନ ନିକୋବରର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିତେନ୍ଦ୍ର ନାରାୟଣଙ୍କ ସମେତ ମୋଟ ୩ ଜଣଙ୍କ ନାମ ଉଲ୍ଲେଖ କରାଯାଇଛି ।
ଭାରତୀୟ ପିଙ୍ଗଳ କୋଡ୍ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଜଣେ ମହିଳାଙ୍କ ଏତଲା ଅନୁଯାୟୀ ଜିତେନ୍ଦ୍ର ଓ ତାଙ୍କର ଦୁଇ ସହଯୋଗୀ ଚାକିରି ଦେବା ବାହାନାରେ ଉକ୍ତ ମହିଳାଙ୍କୁ ଜିତେନ୍ଦ୍ରଙ୍କ ସରକାରୀ କ୍ୱାର୍ଟରରେ ୨୦୨୨ ଏପ୍ରିଲ ଓ ମେ’ରେ ଗଣଦୁଷ୍କର୍ମ କରିଥିଲେ । ଏହାର ସିସିଟିଭି ଫୁଟେଜକୁ ଜବତ କରାଯାଇଛି । ଜଣେ ବରିଷ୍ଠ ଆଇପିଏସ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଏସ୍ଆଇଟି ୯୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିବାବେଳେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ, ଟେକ୍ନିକାଲ ଏବଂ ବାୟୋଲଜିକାଲ ପ୍ରମାଣ ମଧ୍ୟ ସଂଗ୍ରହ କରିଛି ।