ନୂଆଦିଲ୍ଲୀ: ଭାରତ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ଶକ୍ତ ଝଟକା ଲାଗିଛି । ଆସନ୍ତା ୯ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ପ୍ରଥମ ଟେଷ୍ଟ । ତେବେ ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆର ଦୁଇ ଜଣ ଷ୍ଟାର ବୋଲର ଦଳରୁ ବାଦ ପଡିଛନ୍ତି । ଯାହା ଅଷ୍ଟ୍ରେଲିଆର ବୋଲିଂ ବିଭାଗକୁ ଦୁର୍ବଳ କରିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ଜୋସ ହେଜଲଉଡ ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ଆହତ ସମସ୍ୟା ଲାଗି ରହିଥିବାରୁ ସେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ ପାରନ୍ତି । ଏପରିକି ଦିଲ୍ଲୀ ଟେଷ୍ଟରୁ ମଧ୍ୟ ସେ ବାଦ ପଡିବା ନେଇ ଆଶଙ୍କା ଦେଖାଦେଇଛି । ବେଙ୍ଗଲୁରୁରେ ହୋଇଥିବା ଅଭ୍ୟାସ ଶିବିରରେ ମଧ୍ୟ ଯୋଗ ଦେଇନଥିଲେ ହେଜଲଉଡ । ତେବେ ଏହି ସମୟରେ ସେ ନିଜ ସାଥୀ ଖେଳାଳିମାନଙ୍କୁ ସାହାଯ୍ୟ କରୁଥିବାର ଦେଖା ଯାଇଥିଲା । ତେବେ ପ୍ରଥମ ମ୍ୟାଚରେ ଜୋସ ହେଜଲଉଡଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡଙ୍କୁ ସ୍ଥାନ ଦେଇପାରେ ଅଷ୍ଟ୍ରେଲିଆ ଟିମ ।
ହେଜଲଉଡଙ୍କ ବ୍ୟତୀତ ଅନ୍ୟତମ ଷ୍ଟାର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ପ୍ରଥମେ ଟେଷ୍ଟ ଦଳରୁ ବାଦ ପଡି ସାରଛନ୍ତି । ଅଷ୍ଟ୍ରେଲିଆର ପ୍ରମୁଖ ଖେଳାଳିମାନଙ୍କ ମଧ୍ୟରୁ ଅନ୍ୟତମ । ତେଣୁ ଉଭୟଙ୍କ ଅନୁପସ୍ଥିତି ଦଳକୁ ଚିନ୍ତାରେ ପକାଇଛି ।
ଭାରତୀୟ ଟେଷ୍ଟ ଦଳ: ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ(ଉପଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏସ ଭରତ, ଇଶାନ କିଶାନ, ଆର. ଅଶ୍ୱୀନ, ଅକ୍ସର ପଟେଲ, କୁଳଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ସୂର୍ଯ୍ୟକୁମାର ଯାଦବ
ଅଷ୍ଟ୍ରେଲିଆ ଦଳ: ପ୍ୟାଟ କମିନ୍ସ(ଅଧିନାୟକ),ଏଷ୍ଟନ ଅଗର, ସ୍କଟ ବୋଲାଣ୍ଡ, ଏଲେକ୍ସି କ୍ୟାରୀ, କ୍ୟାମରନ ଗ୍ରୀନ, ପିଟର ହ୍ୟାଣ୍ଡସକମ୍ବ, ଜୋସ ହେଜଲଉଡ, ଟ୍ରାଭିସ ହେଡ, ଉସ୍ମାନ ଖ୍ୱାଜା, ମାନଓ ଲାବୁସେନ. ନାଥନ ଲାୟନ, ଲାନ୍ସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନସ, ଷ୍ଟିଭ ସ୍ମିଥ(ଉପଅଧିନାୟକ), ମିସେଲ ସ୍ୱେପସନ ଏବଂ ଡାଭିଡ ୱାର୍ଣ୍ଣର