24.1 C
Bhubaneswar
Monday, May 4, 2026
Homeଦେଶ ବିଦେଶନାତିକୁ ପାଇବା ପାଇଁ ସୁପ୍ରିମକୋର୍ଟରେ ଅତୁଲଙ୍କ ମାଆ

ନାତିକୁ ପାଇବା ପାଇଁ ସୁପ୍ରିମକୋର୍ଟରେ ଅତୁଲଙ୍କ ମାଆ

ନୂଆଦିଲ୍ଲୀ : ଅତୁଲଙ୍କ ପୁଅ ତଥା ନିଜ ସାଢ଼େ ୪ ବର୍ଷର ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ ମାଗି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଅତୁଲ ସୁଭାଷଙ୍କ ମାଆ ଅଞ୍ଜୁ ମୋଦି। ଏହି ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ତୁରନ୍ତ ହସ୍ତକ୍ଷେପ କରି ଉତ୍ତର ପ୍ରଦେଶ, ହରିୟାଣା ଓ କର୍ଣ୍ଣାଟକ ସରକାରଙ୍କୁ ଜବାବ ତଲବ କରିଛନ୍ତି।ଆବେଦନକାରୀ ତଥା ଅତୁଲଙ୍କ ମାଆ ନିଜ ଅଭିଯୋଗରେ ଲେଖିଛନ୍ତି ଯେ ତାଙ୍କ ନାତି ଏବେ କେଉଁଠାରେ ଅଛି, ଏହା କାହାକୁ ମଧ୍ୟ ଜଣାନାହିଁ। ମାମଲାର ମୁଖ୍ୟ ଅଭିଯୁକ୍ତ ନିକିତାଙ୍କଠାରୁ ପଚରାଉଚରା କରି ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ ସେମାନଙ୍କୁ ଅର୍ଥାତ ଜେଜେ ବାପା ଓ ଜେଜେ ମାଆଙ୍କୁ ଦିଆଯାଉ ବୋଲି ସେ ଆବେଦନ କରିଛନ୍ତି। ପୂର୍ବରୁ ଅତୁଲ ସୁଭାଷ ଲେଖିଥିବା ୨୩ ପୃଷ୍ଠାର ନୋଟ ଓ ଜାରି କରିଥିବା ୧ ଘଣ୍ଟା ୨୧ ମିନିଟର ଭିଡିଓରେ ସେ ନିଜ ଇଚ୍ଛା ବିଷୟରେ କହିଥିଲେ ଯେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅର ସମସ୍ତ ଦାୟିତ୍ୱ ତାଙ୍କ ମାଆ ବାପାଙ୍କୁ ଦିଆଯାଉ। ସେପଟେ ଅତୁଲଙ୍କ ବାପା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପୁଅର ଶେଷ ଇଚ୍ଛା ଅନୁସାରେ ତାଙ୍କ ନାତିର ଭରଣପୋଷଣ ଦାୟିତ୍ୱ ତାଙ୍କୁ ଦିଆଯାଉ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking