ପୁଣେ : ମହାରାଷ୍ଟ୍ରର ପୁଣେ ଜିଲାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି । ପୁଣେ-ସୋଲାପୁର ହାଇୱେରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ ସହ ଏକ ବସ୍ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଯବତ ଗାଁ ନିକଟରେ ଭୋର ୫ଟାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ପରେ ସମସ୍ତ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାର ତଦନ୍ତ କରୁଛି ।
ଭାରତୀୟ ବାୟୁସେନାକୁ ମିଳିଲେ ନୂଆ ଉପମୁଖ୍ୟ; ଏୟାର ମାର୍ଶଲ ଏପି ସିଂହ ନେଲେ ଦାୟିତ୍ୱ