19.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶଏହି ସ୍ଥାନରେ ଖୁବଶୀଘ୍ର ବନ୍ଦ ହେବ ଓଲା, ୟୁବର ସେବା

ଏହି ସ୍ଥାନରେ ଖୁବଶୀଘ୍ର ବନ୍ଦ ହେବ ଓଲା, ୟୁବର ସେବା

ନୂଆଦିଲ୍ଲୀ: Ola ଏବଂ Uber ସର୍ଭିସ ବହୁ ଗୁଡ଼ିଏ ଗ୍ରାହକଙ୍କୁ ଶକ୍ତ ଝଟକା ଦେବାକୁ ଯାଉଛି । କ୍ୟାବ ସର୍ଭିସକୁ ଭାରତୀୟ ସହରରେ ବନ୍ଦ କରି ଦିଆଯାଉଛି । ଆଜି ଉତ୍ତର-ପୂର୍ବ ଗୋହ୍ୱାଟୀରେ ଏହି ସର୍ଭିସ ବନ୍ଦ ହୋଇଯାଇଛି । କ୍ୟାବ ଏବଂ ବାଇକ୍ ସର୍ଭିସକୁ ବନ୍ଦ କରିବାର ନିଷ୍ପତ୍ତି ସମସ୍ତ କ୍ୟାବ କର୍ମଚାରୀ ସଂଘ ଏବଂ ସମସ୍ତ ଗୁହ୍ୱାଟୀ ବାଇକ୍ ଏବଂ ଟ୍ୟାକ୍ସି ସଂଘ ନେଇଛନ୍ତି । ଏହି ୨ଟି ସଂଘ ଅଭିଯୋଗ ଆଣିଛନ୍ତି ଯେ, କ୍ୟାବ୍ ଏଗ୍ରୀଗେଟର୍ସ ଦ୍ୱାରା କ୍ୟାବ ଡ୍ରାଇଭର ମାନଙ୍କୁ ଲଗାତାର ଉତ୍ପୀଡ଼ନ କରାଯାଉଛି ।

ଏକ ପ୍ରେସ ଆଲୋଚନାଚକ୍ରରେ କୁହାଯାଇଛି ଯେ, କମ୍ପାନୀ ଦ୍ୱାରା ଦିଆଯାଇଥିବା କ୍ୟାବ ସେବା ବିଭ୍ରାନ୍ତିକର ଅଟେ ଏବଂ ଏଥିରେ ଡ୍ରାଇଭର ମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଶୋଷିତ ହୋଇଛନ୍ତି । ସେଥିପାଇଁ ସଂଘମାନେ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ, ଅଲ ଆସାମ କ୍ୟାବ କର୍ମଚାରୀ ସଂଘ ତରଫରୁ କୁହାଯାଇଥିଲା ଯେ, Ola ଏବଂ Uber ସର୍ଭିସକୁ ୨୦୧୫ରେ ଆରମ୍ଭ କରାଯାଇଥିଲା । ପ୍ରଥମ ବର୍ଷରେ ଏହି କମ୍ପାନୀ ଭଲ ଇନସେନଟିବ୍ ଦେଇଥିଲା, ହେଲେ ସମୟ ବିତିବା ପରେ ଡ୍ରାଇଭର ମାନଙ୍କୁ ହ୍ରାସ କରାଯାଇଥିଲା ।

ସଂଘ ତରଫରୁ କୁହାଯାଇଛି ଯେ, ପ୍ରତ୍ୟେକ ଟ୍ରିପ ପାଇଁ କ୍ୟାବ୍ ଡ୍ରାଇଭର ଠାରୁ ୪୦ ରୁ ୬୦ ପ୍ରତିଶତ କମିଶନ ଚାର୍ଜ କରାଯିବାକୁ ଲାଗିଲା । ଯଦି ଏହିପରି ଭାବେ ଡ୍ରାଇଭରଙ୍କ ଠାରୁ କମିଶନ ନିଆଯିବ ତେବେ ସେମାନଙ୍କ ପାଖେ ଆଉ କିଛି ବଞ୍ଚୁନାହିଁ । ସେମାନେ ୧୮-୨୦ ଘଣ୍ଟା କାମ କରନ୍ତି ଏବଂ ଇଷ୍ଟଲମେଣ୍ଟ ଓ ଅନ୍ୟାନ୍ୟ ଲୋନ୍ସ କୁ ସୁଜୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking