14.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଆଜିଠାରୁ ସଂସଦର ବଜେଟ୍ ଅଧିବେଶନ

ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ମିଳିତଭାବେ ସମ୍ବୋଧିତ କରିବେ । ଏହାପରେ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ସରକାରଙ୍କ ତରଫରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ । ତେବେ ବିରୋଧୀ ଦଳଗୁଡିକ ମହିଳା ସଂରକ୍ଷଣ ବିଲ୍‌ଠାରୁ ଆରମ୍ଭ କରି ଅଦାନୀ-ହିଣ୍ଡେନବର୍ଗ ବିବାଦ ଏବଂ ଜାତିଭିତ୍ତିକ ଜନଗଣନା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁୁ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି । ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ।

ବଜେଟ୍ ଅଧିବେଶନକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ବଜେଟ୍ ଅଧିବେଶନରେ ସରକାର ମୋଟ ୩୬ଟି ବିଲ୍ ଆଗତ କରିବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ ବଜେଟ୍ ପୂର୍ବରୁ ସୋମବାର ସଂସଦ ଭବନ ଆନେକ୍ସ ବିଲ୍ଡିଂରେ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ବଜେଟ୍ ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ସେଥିପାଇଁ ସବୁ ରାଜନୈତିକ ଦଳର ସମର୍ଥନ ଓ ସହଯୋଗ କାମନା କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ତରଫରୁ ଏହି ବୈଠକ ଡକାଯାଇଥିଲା ।

ଏଥିରେ ୨୭ଟି ଦଳର ପ୍ରାୟ ୩୭ ଜଣ ନେତା ଯୋଗ ଦେଇଥିଲେ । ବୈଠକରେ ଯୋଗଦେଇଥିବା ଆପ୍ ନେତା ସଞ୍ଜୟ ସିଂହ, ଆରଜେଡିର ମନୋଜ ଝାଙ୍କ ସମେତ ଡିଏମକେ ଓ ବାମଦଳର ନେତାମାନେ ଅଦାନି ଗ୍ରୁପ୍ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ । ବଜେଟ୍ ଅଧିବେଶନ ସମୟରେ ଏହା ଉପରେ ଆଲୋଚନା କରିବାକୁ ସେମାନେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଅଦାନି ଗ୍ରୁପ୍ ଷ୍ଟକ୍ ମାର୍କେଟରେ ଜାଲିଆତି କରିଛି ବୋଲି ହିଣ୍ଡେନବର୍ଗ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ଏହୋର ପ୍ରତିକୂଳ ପ୍ରଭାବ କମ୍ପାନୀର ବ୍ୟବସାୟ ଉପରେ ପଡିଛି । ଫଳରେ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଅଦାନି ବର୍ତ୍ତମାନ ବିଶ୍ୱ ଧନୀ ତାଲିକାରେ ସପ୍ତମ ସ୍ଥାନକୁ ଖସିଆସିଛନ୍ତି । ଦେଶରେ ଜାତିଭିତ୍ତିକ ଜନଗଣନା କରାଯାଉ ବୋଲି ୱାଇଏସଆର କଂଗ୍ରେସ, ଜେଡିୟୁ ଓ ଆରଜେଡି ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking