ଚିଲିକା: ନାଚୁଣୀ ଥାନା ଅଧିନ ହରିପୁର ଜଙ୍ଗଲରୁ ଆଟାଜ ଭିତରେ ମିଳିଥିବା ଶବ ମନୋରଞ୍ଜନ ମହାପାତ୍ରଙ୍କୁ ତାଙ୍କ ପତ୍ନୀ ଯୋଜନାବଦ୍ଧ ହତ୍ୟକରିବା ପରେ ତଦନ୍ତର ଦିଗ ପରିବର୍ତ୍ତନ କରିବା ପାଇଁ ରଚିଥିଲା ମାଷ୍ଟର ପ୍ଲାନ୍ ।ଏପରିକି ହତ୍ୟାକାଣ୍ଡ ସମ୍ପର୍କରେ କିଛି ଜାଣିନଥିବା ଅଭିନୟ କରିଥିଲା ପତ୍ନୀ ।ମାତ୍ର ସବୁ ପ୍ଲାନ୍ କୁ ଫ୍ଲପ୍ କରିଦେଲା ପୋଲିସ । ହତ୍ୟାକାଣ୍ଡ ର ୨୪ ଘଣ୍ଟା ନପୁରୁଣୁ ହତ୍ୟାକାରୀ ମାନଙ୍କୁ ଗିରଫ କରି ସିନ୍-ରିକ୍ରେସନ୍ କରିବା ପରେ ଅଭିଯୁକ୍ତ/ଅଭିଯୁକ୍ତା ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନାଚୁଣୀ ପୋଲିସ । ସମସ୍ତ ଘଟଣା ଘଟି ସାରିବା ପରେ ଆଜି ନାଚୁଣୀ ଥାନାରେ ପହଞ୍ଚିଛନ୍ତି ମୃତ ମନୋରଞ୍ଜନ ମହାପାତ୍ର ଙ୍କ ପିତା ଗଙ୍ଗାଧର ମହାପାତ୍ର ।
ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି , ନ୍ୟାୟ ନିବେଦନ କରିଛନ୍ତି ମୃତ ମନୋରଞ୍ଜନ ମହାପାତ୍ର ଙ୍କ ପିତା ଗଙ୍ଗାଧର ମହାପାତ୍ର । ପୁଅ ମନୋରଞ୍ଜନ କୁ ପ୍ରଲୋଭିତ କରି ପ୍ରେମ ବିବାହ କରିଥିଲା ନିଲୀ ଦାସ । ବିବାହ ପରେ ପରେ ବାପା-ମା’ ଙ୍କ ଠାରୁ ପୁଅ ମନୋରଞ୍ଜନ କୁ ଅଲଗା କରିଦେଲା ବୋହୂ ନିଲୀ ଦାସ । ସମ୍ପତ୍ତି ଭାଗବଣ୍ଟା ଟଙ୍କା ଆଣି ସେହି ଟଙ୍କା କୁ ଆତ୍ମସାତ କରିବା ପାଇଁ ବୋହୂ ନିଜେ କେତେକଙ୍କ ସହଯୋଗ ରେ ତା’ର ସ୍ୱାମୀ ତଥା ମୋର ସାନ ପୁଅ ମନୋରଞ୍ଜନ କୁ ହତ୍ୟା କରିଛି । ଏଭଳି କୋହଭରା କଣ୍ଠରେ ବୃଦ୍ଧ ଗଙ୍ଗାଧର ମହାପାତ୍ର କହିବା ସହ ଏଭଳି ନାରୀକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଥିଲେ ଓ ଭବିଷ୍ୟତରେ ଯେପରି କୌଣସି ନାରୀ ତାର ନିଜ ସ୍ବାମୀ ପ୍ରତି ଏଭଳି ଆଚରଣ କରିବାକୁ ସାହସ କରିବ ନାହିଁ ବୋଲି କହିଥିଲେ ।ଏହାପରେ ସେ ନାଚୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।