22.1 C
Bhubaneswar
Friday, January 10, 2025
Homeଦେଶ ବିଦେଶମୋଦୀ ବିରୋଧୀ ବୃତ୍ତଚିତ୍ର: ବିବିସି ନାଁରେ ମାମଲା

ମୋଦୀ ବିରୋଧୀ ବୃତ୍ତଚିତ୍ର: ବିବିସି ନାଁରେ ମାମଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚରିତ୍ର ସଂହାର ପୂର୍ବକ ବିବିସି ପ୍ରସ୍ତୁତ କରିଥିବା ବୃତ୍ତଚିତ୍ରକୁ ନେଇ ମାମଲା ରୁଜୁ ହୋଇଛି। ବୃତ୍ତଚିତ୍ରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ ସୁପ୍ରିମକୋର୍ଟ ଓକିଲ ବିନୀତ ଜିନ୍ଦଲ ଏନେଇ ମାମଲା ରୁଜୁ କରିଛନ୍ତି। ବିନୀତ ତାଙ୍କ ମାମଲାରେ ଅଭିଯୋଗ କରିଛନ୍ତି ଯେ ମୋଦୀଙ୍କ ବିରୋଧରେ ବିବିସି ବୃତ୍ତଚିତ୍ର ପ୍ରସ୍ତୁତ କରି ଭାରତର ଏକତା ଓ ଅଖଣ୍ଡତା ଉପରେ ଆକ୍ରମଣ କରିଛି। ଭାରତର ଏକତା ଓ ଅଖଣ୍ଡତାକୁ ନଷ୍ଟ କରିବା ଲାଗି ବିବିସି ଉଦେଶ୍ୟମୂଳକ ଭାବେ ଏପରି କରିଛି। ଏହା ସହିତ ହିନ୍ଦୁଙ୍କ ବିରୋଧରେ ସମଗ୍ର ବିଶ୍ବର ମୁସଲମାନଙ୍କୁ ଉସୁକାଇବାକୁ ଚେଷ୍ଟା କରିଛି। ବିନୀତ ଆଇପିସି ଧାରା ୧୨୧, ୧୫୩, ୧୫୩ଏ ଓ ବି, ୨୯୫, ୨୯୮ ଓ ୫୦୫ରେ ଏତଲା ଦାୟର କରିଛନ୍ତି।

ଅନ୍ୟପଟେ ପୂର୍ବତନ ବୈଦେଶିକ ସଚିବ କନୱାଲ ସିବଲ କହିଛନ୍ତି ଯେ ଇଂରେଜମାନେ ବିଶ୍ବାସଯୋଗ୍ୟ ଲୋକ ନୁହନ୍ତି। ସିବଲ ୨୦୦୨ରେ ଭାରତର ବୈଦେଶିକ ସଚିବ ଥିଲେ ଯେତେବେଳେ କି ଗୁଜରାଟରେ ଦଙ୍ଗା ହୋଇଥିଲା। ଦଙ୍ଗା ଉପରେ ବ୍ରିଟେନର ସରକାର ଗୁପ୍ତ ତଦନ୍ତ କରିଥିଲେ। ସିବଲ ଏହା ଜାଣିପାରି ଥିଲେ ଓ ବ୍ରିଟେନର ଦୂତାବାସକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଥିଲେ। ଅନ୍ୟପଟେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ ବିବିସିର ବୃତ୍ତଚିତ୍ର ଉଦ୍ଦେଶ୍ୟ ପ୍ରଣୋଦିତ। କାରଣ ବ୍ରିଟେନ ସର୍ବଦା ବିଭାଜନର ନୀତିକୁ ଆପଣାଇଥାଏ। ଦେଶର ଜନମତକୁ ପ୍ରଭାବିତ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି। ସେହିପରି ଅଲଗଡ ମୁସଲିମ୍ ୟୁନିଭର୍ସିଟିର କୁଳପତି ତାରିକ ମନସୁର କହିଛନ୍ତି ଯେ ବିବିସିର ବୃତ୍ତଚିତ୍ରର କୌଣସି ପ୍ରାସଙ୍ଗିକତା ନାହିଁ। ଭାରତୀୟ ମୁସଲମାନ ଅତୀତକୁ ଭୁଲି ଯାଇ ଆଗକୁ ବଢିବାକୁ ଚାହାନ୍ତି। ଆମେ ୨୦ବର୍ଷର ପୁରୁଣା କଥାକୁ ମନେ ପକାଇବାକୁ ଚାହଁୁନାହଁୁ। ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ‘ଇଣ୍ଡିଆ: ଦ ମୋଦୀ କୋଶ୍ଚିନ’ ନାମରେ ପ୍ରସାରଣ କରିଥିବା ବୃତ୍ତଚିତ୍ର ୨୦୦୨ ଗୁଜରାଟ ଦଙ୍ଗା ଉପରେ ଆଧାରିତ। ଏଥିରେ ଦଙ୍ଗା ସମୟରେ ମୋଦୀଙ୍କ ନେତୃତ୍ବ ବିଷୟ ଚିତ୍ରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking