20.1 C
Bhubaneswar
Wednesday, January 8, 2025
Homeଓଡିଶା୨୦୨୩-୨୪ ଶିକ୍ଷାବର୍ଷ କ୍ୟାଲେଣ୍ଡର: ଫେବୃୟାରୀ ୧୩ରୁ ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣ

୨୦୨୩-୨୪ ଶିକ୍ଷାବର୍ଷ କ୍ୟାଲେଣ୍ଡର: ଫେବୃୟାରୀ ୧୩ରୁ ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣ

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ ହୋଇଛି । ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି କ୍ୟାଲେଣ୍ଡର ପ୍ରକାଶିତ ହୋଇଛି । ଚଳିତ ବର୍ଷର କ୍ୟାଲେଣ୍ଡର ଅନୁସାରେ, ସ୍କୁଲ ରେଜିଷ୍ଟ୍ରେସନ୍ ଏବଂ ତଥ୍ୟ ସଂଶୋଧନ ପାଇଁ ସମୟସୀମା ଜାନୁୟାରୀ ୨୦ରୁ ଫେବୃଆରୀ ୫ତାରିଖକୁ ଧାର୍ଯ୍ୟ କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଧିକାରୀ ରେଜିଷ୍ଟ୍ରେସନ୍ ହୋଇଥିବା ସ୍କୁଲଗୁଡ଼ିକୁ ଫେବୃୟାରୀ ୧୦ ତାରିଖ ସୁଦ୍ଧା ଯାଞ୍ଚ କରିବେ । ଫେବୃୟାରୀ ୧୩ରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଛାତ୍ରୀଛାତ୍ରମାନଙ୍କର ରେଜିଷ୍ଟ୍ରେସନ୍ କରାଯିବ । ତତ୍‌ସହିତ ବ୍ଲକ୍ ଶିକ୍ଷାଧିକାରୀ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଦରଖାସ୍ତ ଯାଞ୍ଚ କରିବେ । ମାର୍ଚ୍ଚ ୨୩ ଓ ୨୪ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍ ଲଟେରୀ ମାଧ୍ୟମରେ ସ୍କୁଲମାନଙ୍କ ମଧ୍ୟରେ ସିଟ୍ ଆବଣ୍ଟନ କରାଯିବ । ଛାତ୍ରୀଛାତ୍ରଙ୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ମାର୍ଚ୍ଚ ୨୭ରୁ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ରେଜିଷ୍ଟ୍ରେସନ୍ ଏପ୍ରିଲ ୧୦ରୁ ୨୪ ତାରିଖ ମଧ୍ୟରେ ହେବ । ଦ୍ୱିତୀୟ ପର୍ଯ୍ୟାୟାର ଦରଖାସ୍ତଗୁଡ଼ିକ ଏପ୍ରିଲ ୨୬ ତାରିଖ ସୁଦ୍ଧା ଯାଞ୍ଚ କରାଯିବ ଏବଂ ଏପ୍ରିଲ ୨୮ରେ ଅନ୍‌ଲାଇନ୍ ଲଟେରୀ ମାଧ୍ୟମରେ ସ୍କୁଲମାନଙ୍କ ମଧ୍ୟରେ ଆବଣ୍ଟନ କରାଯିବ । ଏପ୍ରିଲ ୨୯ରୁ ମେ ୬ ତାରିଖ ମଧ୍ୟରେ ଦ୍ୱିତୀୟପର୍ଯ୍ୟାୟ ନାମଲେଖା ସମ୍ପନ୍ନ ହେବ ।(ଦେବୀ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking