18.1 C
Bhubaneswar
Sunday, December 29, 2024
Homeଦେଶ ବିଦେଶମହାରାଷ୍ଟ୍ରରେ ଦୈନିକ ୧ କୋଟି ଅଣ୍ଡା ଅଭାବ ପଡୁଛି

ମହାରାଷ୍ଟ୍ରରେ ଦୈନିକ ୧ କୋଟି ଅଣ୍ଡା ଅଭାବ ପଡୁଛି

ଔରଙ୍ଗାବାଦ: ମହାରାଷ୍ଟ୍ରରେ ଦୈନିକ ପ୍ରାୟ ୧ କୋଟି ଅଣ୍ଡା ଅଭାବ ପଡୁଥିବା ଜଣାପଡିଛି । ତେଣୁ ଚାହିଦା ମେଣ୍ଟାଇବାକୁ ପ୍ରାଣୀଧନ ବିଭାଗ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି କରିବାକୁ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ମହାରାଷ୍ଟ୍ରରେ ଦୈନିକ ୨.୫ କୋଟି ଅଣ୍ଡା ବ୍ୟବହାର କରାଯାଇଥାଏ । ତେବେ ରାଜ୍ୟରେ ଦୈନିକ ୧ରୁ ୧.୨୫ କୋଟି ଅଣ୍ଡା ଉତ୍ପାଦିତ ହେଉଥିବାବେଳେ ଆଉ ୧ କୋଟି ଅଭାବ ପଡୁଛି । ଅଣ୍ଡାର ଚାହିଦା ପୂୂରଣ କରିବାକୁ ରାଜ୍ୟ ସରକାର ବର୍ତ୍ତମାନ କର୍ଣ୍ଣାଟକ, ତେଲେଙ୍ଗାନା ଓ ତାମିଲନାଡୁରୁୁ ଅଣ୍ଡା ଆମଦାନୀ କରୁଛନ୍ତି । ଅଣ୍ଡା ଉତ୍ପାଦନ ବୃଦ୍ଧି କରିବାକୁ ପ୍ରାଣୀଧନ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାକୁ ସବ୍‌ସିଡି ମୂଲ୍ୟରେ ପିଞ୍ଜରା ସହ ୫୦ଟି ଧଳାରଙ୍ଗର ଲେଗ୍‌ହର୍ନ କୁକୁଡା ପଠାଇବାକୁ ଯୋଜନା କରୁଛନ୍ତି । ଅଭାବ ଯୋଗୁଁ ବିଗତ ଦୁଇମାସ ଧରି ରାଜ୍ୟରେ ଅଣ୍ଡା ମୂଲ୍ୟ ବୃଦ୍ଧି ପାଇଥିବା ଜଣାପଡିଛି । ବର୍ତ୍ତମାନ ସେଠାରେ ୫୭୫ ଟଙ୍କାରେ ୧୦୦ଟି ଅଣ୍ଡା ମିଳୁଛି । ପୂର୍ବରୁ ଏହା ୪୦୦ ଟଙ୍କାରେ ମିଳୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking