ନୂଆଦିଲ୍ଲୀ : ଫେବୃଆରୀ ୨୭ରେ ୫ଟି ରାଜ୍ୟର ୬ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ବୁଧବାର ନିର୍ବାଚନ କମିଶନ (ଇସି) ଘୋଷଣା କରିଛନ୍ତି । ୬ଟି ମଧ୍ୟରୁ ମହାରାଷ୍ଟ୍ରର ଦୁଇଟି (କସ୍ବା ପେଠ ଓ ଛିନ୍ଦୱାଡା), ଅରୁଣାଚଳ ପ୍ରଦେଶ (ଲୁମ୍ଲା), ଝାଡ଼ଖଣ୍ଡ (ରାମଗଡ), ପଶ୍ଚିମବଙ୍ଗ (ସାଗରଡିହି) ଏବଂ ତାମିଲନାଡୁର (ଇରୋଡ୍-ପୂର୍ବ) ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଲୁମ୍ଲା, ସାଗରଡିଡି ଓ ଇରୋଡ୍ (ପୂର୍ବ) ଆସନରେ ବିଧାୟକଙ୍କ ମୃତ୍ୟୁ ଘଟିଥିବା ଏବଂ ରାମଗଡରେ ବିଧାୟିକା ଅଯୋଗ୍ୟ ଘୋଷିତ ହୋଇଥିବାରୁ ସେଠାରେ ଉପନିର୍ବାଚନ ଆବଶ୍ୟକ ହୋଇପଡିଛି । ଅପରପକ୍ଷରେ ଲାକ୍ଷାଦ୍ୱୀପରେ ଏନ୍ସିପି ସାଂସଦ ମଂମ୍ମଦ ଫୈଜଲ ଫୌଜଦାରୀ ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ତାଙ୍କର ସାଂସଦ ପଦ ରଦ୍ଦ କରାଯାଇଛି । ସେଠାରେ ମଧ୍ୟ ଫେବୃଆରୀ ୨୭ରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଇସି ସୂଚନା ଦେଇଛନ୍ତି । ତେବେ ପଞ୍ଜାବର ଜଳନ୍ଧର ଆସନରୁ କଂଗ୍ରେସ ସାଂସଦ ସନ୍ତୋକ ସିଂହ ଚୌଧୁରୀ ନିକଟରେ ପ୍ରାଣ ହରାଇଥିଲେ ସୁଦ୍ଧା ଲୋକସଭା ସେକ୍ରେଟେରିଏଟ୍ ପକ୍ଷରୁ ଇସିଙ୍କୁ ୁଅବଗତ କରାଯାଇନଥିବାରୁ ସେଠାରେ ଉପନିର୍ବାଚନ ତାରିଖ ଘୋଷଣା କରାଯାଇନାହିଁ ।