27.1 C
Bhubaneswar
Wednesday, November 27, 2024
Homeଓଡିଶାଆଜିର ନୀତିବାଣୀ

ଆଜିର ନୀତିବାଣୀ

➡️”ଫୁଲର ସୁଗନ୍ଧକୁ ଦେଖି ହୁଏ ନାହିଁ । ଚିନିର ମିଷ୍ଟତା ଦେଖି ହୁଏ ନାହିଁ । ଅନୁଭବ କରି କହି ହୁଏ । ସେହିପରି ମଣିଷର ଶରୀରରେ ଯେଉଁ ଶକ୍ତି ଶରୀରକୁ ନିୟନ୍ତ୍ରଣ କରିଥାଏ ବା ଆତ୍ମା ବାସ କରିଥାଏ ତାସବୁ ଅନୁଭବ କରାଯାଇପାରେ !!”

➡️”ଆତ୍ମାକୁ ଅଲଗା କରି ଶରୀରରୁ ଜଣକର ଅନ୍ତର୍ନିହିତ ଭାବର ମୂଲ୍ୟାଙ୍କନ କରାଯାଇପାରେ ନାହିଁ !!”

➡️”ଖରାପ ଆଚରଣ ତ୍ୟାଗ କରିବା ସଙ୍ଗେ ସଙ୍ଗେ ନିଜେ ଶୁଦ୍ଧ ହେବା ସହିତ ନିଜର ଭାଷା, କର୍ମକୁ ଶୁଦ୍ଧ କରି ଦୟା, କ୍ଷମା, ସତ୍ୟ, ପ୍ରେମକୁ ଆପଣେଇବା ଦରକାର । ଏହାଦ୍ୱାରା ଜୀବନର ସକଳ ସୁଖ ଲାଭ କରାଯାଇପାରେ !!”

➡️”ସୁନାର ମହକ ନାହିଁ କିନ୍ତୁ ଜ୍ୟୋତି ଅଛି ଯାହା ସମସ୍ତଙ୍କୁ ଆକର୍ଷିତ କରିପାରେ !!”

ଶ୍ରୀ ଭଗବତ ଗୀତା

!! ମୋକ୍ଷ ସନ୍ନ୍ୟାସ ଯୋଗଃ !!

!! ଶ୍ଳୋକ -୫୯ !!

🌹!! ୟଦହଂକାରମାଶ୍ରିତ୍ୟ ନ ୟୋତ୍ସ୍ୟ ଇତି ମନ୍ୟସେ |ମିଥ୍ୟୈଷ ଵ୍ୟଵସାୟସ୍ତେ ପ୍ରକୃତିସ୍ତ୍ଵାଂ ନିୟୋକ୍ଷ୍ୟତି !!🌹

➡️ଯଦି ତୁମେ ଅହଂକାର ଆଶ୍ରୟରେ ଯୁଦ୍ଧ କରିବାପାଇଁ ମନରେ ଭାବୁ ଥାଅ ତେବେ ତୁମର ଏ ଯୁଦ୍ଧ ନ କରିବା ମାନସ ବା କଳ୍ପନା ବୃଥା ହେବ, କାରଣ ତୁମ ସହଜାତ କ୍ଷାତ୍ର ପ୍ରକୃତି ଭା ସ୍ୱଭାବ ତୁମକୁ ଯୁଦ୍ଧ କରିବାପାଇଁ ବାଧ୍ୟ କରିବ ।

” ସୁବିଚାର

🌾”ଗୋଟିଏ ମଣିଷର ଅସଲ ରୂପ ସେତେବେଳେ ସାମ୍ନାକୁ ଆସିଥାଏ ଯେତେବେଳେ ସେ ନିଶାରେ ଥାଏ . ସେ ନିଶା ଧନର ହେଉ କି ପଦ ପଦବୀର ହେଉ ବା ମଦର ନିଶା ହେଉଥାଉ !!”

🌾”ଲଙ୍କାପୁର ରେ ରାମ ରାମ କହିଲେ ବିଭିଷଣ ଭଳି ତଡ଼ା ଖାଇବାକୁ ପଡିଥାଏ ଠିକ୍ ସେହିପରି ଏ ମିଛ ଦୁନିଆରେ ସତ କଥା କହିଲେ ବହୁତ୍ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ ବିଭିଷଣ ସିନା ଲଙ୍କାପୁର ରୁ ତଡ଼ା ଖାଇଲେ ହେଲେ ରାମଚନ୍ଦ୍ରଙ୍କ ପାଖରେ ଶରଣାପନ୍ନ ହୋଇଥଲେ . ଠିକ୍ ସେହିପରି ଆମେ ସତ ପଥରେ ରହିଲେ ଭଗବାନଙ୍କ ପାଖରେ ଶରଣାପନ୍ନ ହୋଇପାରିବା !!”

🌾”ନୀରବତା ପଛରେ ଲୁଚିରହିଥିବା ଦୁଃଖ ଆଉ ଆଖିରୁ ଝରୁଥିବା ଲୁହକୁ ଅନୁଭବ କରିପାରୁଥିବା ଭଳି ଆପଣଙ୍କ ପାଖରେ ଅଛି , ତାହେଲେ ବୁଝିନିଅନ୍ତୁ ଯେ ଆପଣ ହିଁ ଏ ମିଛମାୟା ଦୁନିଆରେ ଜଣେ ଭାଗ୍ୟବାନ ମଣିଷ !!”

🌾”ଏ ଜୀବନ ଯୁଦ୍ଧରେ ସମସ୍ତ ଲଢ଼େଇ କେବଳ ନିଜକୁ ହିଁ ଲଢ଼ିବାକୁ ହେବ . କାହିଁକିନା ଅନ୍ୟମାନେ କେବଳ ସାନ୍ତ୍ଵନା ଦେବେ କିନ୍ତୁ ଅସୁବିଧା ବେଳେ ପାଖରେ କେହି ବି ଛିଡ଼ା ହେବେ ନାହିଁ !!”
ଜୀବନ ଦର୍ଶନ
➡️”ଯାହାର ଉଦ୍ଦେଶ୍ୟ ସଂସାର ନୁହେଁ, କେବଳ ପରମାତ୍ମା ହିଁ ଉଦ୍ଧେଶ୍ୟ, ସେ ସାଧାରଣ ମନୁଷ୍ଯ ପରି ପ୍ରକୃତିରେ ସ୍ଥିତ ନୁହେଁ, ଏଣୁ ତା’ ଠାରେ ପ୍ରକୃତି ଜନିତ ଗୁଣର ପରତନ୍ତ୍ରତା ରହେ ନାହିଁ, ଏବଂ ସାଧନା କରି କରି କ୍ରମଶଃ ଯେତେବେଳେ ତା’ ର ଅହଂକାର ପରିବର୍ତ୍ତିତ ହେବା ସଙ୍ଗେ ସଙ୍ଗେ ଲକ୍ଷ ପ୍ରତି ଉଦ୍ଦେଶ୍ଯ ଦୃଢୀଭୂତ ହୋଇ ଯାଏ, ସେତେବେଳେ ତାକୁ ନିଜର ସ୍ବତଃ ସିଦ୍ଧ ଗୁଣାତୀତ ସ୍ବରୂପ ଅନୁଭୂତ ହୁଏ, ଏହାକୁ ବୋଧ କୁହନ୍ତି।

ଅଦ୍ୟ ଜାନୁଆରୀ ମାସ ୧୯ ତାରିଖ ୨୦୨୩ ମସିହା(ଗୁରୁବାର)

ଶକାବ୍ଦ -୧୯୪୪

ସମ୍ବତ -୨୦୭୯

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ଅନଳ

ମାଘମାସ-କୃଷ୍ଣପକ୍ଷ

ତିଥି- ଦ୍ଵାଦଶୀ ଦିବା ଘ୦୧/୧୦ ଗତେ ତ୍ରୟୋଦଶୀ

ନକ୍ଷତ୍ର-ଜ୍ୟେଷ୍ଠା ସନ୍ଧ୍ୟା ଘ୦୩/୪୧ ଗତେ ମୂଳା

ଚନ୍ଦ୍ର-ବିଛା ଦିବା ଘ୦୩/୪୧ ଗତେ ଧନୁ

ଯୋଗ- ଧୃବ

କରଣ – ତୈତିଳ

ସୌରମାସ- ମକର ୦୬ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୦୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୧୯

*✧═════•❁❀

ଯୋଗିନୀ ନୈରୁତେ ଦିବା ଘ୦୧/୧୦ ଗତେ ଦକ୍ଷିଣେ

ତୁଳା ଓ କୁମ୍ଭ ରାଶିର ଘାତବାର

ଦ୍ଵାଦଶୀ ଓ ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳା ଓ ବାରବେଳା – ଦିବା ଘ୦୨/୪୪ ଗତେ ଘ୦୫/୨୯ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ରାତ୍ରି ଘ୧୨/୪୦ ଗତେ ଘ୦୩/୦୪ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୮/୦୪ ମଧ୍ୟେ ଓ ୧୧/୧୫ଗତେ ଘ୦୧/୨୬ ମଧ୍ୟେ

═✧*══•❁❀❁•═════✧

ଅଦ୍ୟ ପୋଇ ଦିବା ଘ୦୧/୧୦ ଗତେ ବାଇଗଣ ଭକ୍ଷଣ ନିଷେଧ

ଆଜିର ରାଶିଫଳ*

✧═════•❁❀❁•═════✧

🌷ମେଷ🌹👉:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।

✧═════•❁❀❁•═════✧

🌷ବୃଷ🌹👉:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।

✧═════•❁❀❁•═════✧

🌷ମିଥୁନ🌹👉:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

✧═════•❁❀❁•═════✧

🌷କର୍କଟ🌹👉:-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।

✧═════•❁❀❁•═════✧

🌷ସିଂହ🌹👉:-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।

✧═════•❁❀❁•═════✧

🌷କନ୍ୟା🌹👉:-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

✧═════•❁❀❁•═════✧

🌷ତୁଳା🌹👉:-ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

✧═════•❁❀❁•═════✧

🌷ବିଛା🌹👉:-ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।

✧═════•❁❀❁•═════✧

🌷ଧନୁ🌹👉:-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

✧═════•❁❀❁•═════✧

🌷ମକର🌹👉:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।

✧═════•❁❀❁•═════✧

🌷କୁମ୍ଭ🌹👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

✧═════•❁❀❁•═════✧

🌷ମୀନ🌹👉:-ଆଜିର ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking