16.1 C
Bhubaneswar
Thursday, January 9, 2025
Homeରାଜନୀତିଶତାୟୁ ହେଲେ ପୂର୍ବତନ ବିଧାୟକ; ୮୫୦ ଟଙ୍କାରେ ଲଢିଥିଲେ ପ୍ରଥମ ନିର୍ବାଚନ

ଶତାୟୁ ହେଲେ ପୂର୍ବତନ ବିଧାୟକ; ୮୫୦ ଟଙ୍କାରେ ଲଢିଥିଲେ ପ୍ରଥମ ନିର୍ବାଚନ

ସମ୍ବଲପୁର: ଶତାୟୁ ହେଲେ ପୂର୍ବତନ ବିଧାୟକ ମକର ଧ୍ୱଜ ପ୍ରଧାନ । ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ଲଢ଼ିଥିଳେ ମକରଧ୍ୱଜ ପ୍ରଧାନ । ୧୯୫୨ ମସିହା ମାର୍ଚ୍ଚ ୨୭ରେ ସୋସିଆଲିଷ୍ଟ ପାର୍ଟିରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା-ମୁରା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ସେ ବିଧାନସଭାକୁ ଯାଇଥିଲେ । ତେବେ ଆଜି ଯେତେବେଳେ ନିର୍ବାଚନ ଲଢ଼ିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ବିନା ଟଙ୍କାରେ ନିର୍ବାଚନ ଲଢ଼ିବା ଅସମ୍ଭବ ଲାଗୁଛି, ସେତିକିବେଳେ ନିଜେ ନିର୍ବାଚନ ଲଢ଼ିବା ସମୟର ଅନୁଭୂତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତାଙ୍କ କହିବା ଅନୁସାରେ, ସେ ସମୟରେ ୮୫୦ଟଙ୍କା ଓ କିଛି ଚାଉଳ, ଡାଲିରେ ସେ ନିର୍ବାଚନ ଲଢ଼ିଥିଲେ । ସେ ମୋଟ ୩୫୦୦ ଭୋଟ ପାଇଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ତାଙ୍କଠାରୁ ୫୦ଖଣ୍ଡ ଭୋଟ ପାଇ ହାରିଥିଲେ । ନିର୍ବାଚନ ସମୟରେ କୌଣସି ଛନ୍ଦ କପଟତା ନଥିଲା । ନିର୍ବାଚନ ମାତ୍ର ୩ ରୁ ୪ଦିନ ଚାଲୁଥିଲା । ଭୋଟ ଦେବାକୁ ଭୋଟରଙ୍କୁ ପ୍ରାୟ ୬ମାଇଲ ଯିବାକୁ ପଡୁଥିଲା । ତେବେ ଦଳୀୟ ରାଜନୀତି ଅପେକ୍ଷା ଲୋକଙ୍କ ହୃଦୟରେ ରହି ରାଜନୀତି କରୁଥିଲେ ବୋଲି ସେ କହିଛନ୍ତିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking