30.1 C
Bhubaneswar
Sunday, September 29, 2024
Homeଓଡିଶାଭାରତ ଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା ଆଜି ତଲସରା ନିର୍ବାଚନ ମଣ୍ଡଳୀ ଇକମାରେ ପଂହଚିଲା

ଭାରତ ଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା ଆଜି ତଲସରା ନିର୍ବାଚନ ମଣ୍ଡଳୀ ଇକମାରେ ପଂହଚିଲା

ଭୁବନେଶ୍ୱର – ଗତ ଜାନୁୟାରୀ ୯ ତାରିଖରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା ଆଜି ସୁନ୍ଦରଗଡ଼ ଜିଲ୍ଲା ତଲସରା ନିର୍ବାଚନ ମଣ୍ଡଳୀର ଖୁଟ୍‌ମୁଣ୍ଡାରୁ ଆରମ୍ଭ ହୋଇ ବଡ଼ଗାଁରେ ପ୍ରଥମ ପର୍ଯ୍ୟାୟରେ ପଂହଚିଲା । ଆପରାହ୍ନରେ ପଦଯାତ୍ରା ବଡ଼ଗାଁରୁ ବାହାରି ଦୀର୍ଘ ୨୩ କି.ମି. ଅତିକ୍ରମ କରି ଇକ୍‌ମା ଠାରେ ପଂହଚିଲା । ଏହି ପଦଯାତ୍ରା ସମୟରେ ବଡ଼ଗାଁ ଠାରେ ୧୦୪ ବର୍ଷର ବୃଦ୍ଧ ଗୋକୁଳାନନ୍ଦ ନାୟକ ଯିଏକି ପୂର୍ବତନ ଯୁବ କଂଗ୍ରେସ ସଭାପତିଥିଲେ, ଆଜି ସେ ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଶ୍ରୀଯୁକ୍ତ ଗୋକୁଳାନନ୍ଦ ନାୟକଙ୍କୁ ପୁଷ୍ପମାଲ୍ୟ ଏବଂ ଉତରୀୟ ପ୍ରଦାନକରି ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସମୟରେ ଶ୍ରୀଯୁକ୍ତ ପଟ୍ଟନାୟକ ବଡ଼ଗାଁ ଠାରେ ଭାରତ ଯୋଡ଼ ଯାତ୍ରା ସମୟରେ କଂଗ୍ରେସ ସାଂସଦ ଶ୍ରୀଯୁକ୍ତ ସନ୍ତୋକ ସିଂ ଚୌଧୁରୀଙ୍କ ଆକସ୍ମିତ ନିଧନ ଯୋଗୁଁ ଏକ ଶୋକସଭା ହୋଇଥିଲା । ସମସ୍ତ ନେତୃବର୍ଗ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ । ଏହାପରେ ସେଠାରେ ଏକ ସାଧାରଣ ସଭାରେ ତଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣ, କୃଷକ, ଶ୍ରମିକ, ଯୁବକ, ମହିଳା ଓ ବୁଦ୍ଧୀଜୀବିଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଦୀର୍ଘ ୨୨ ବର୍ଷର ସରକାର ଓଡ଼ିଶାର ବିକାଶ କରିବା ପରିବର୍ତେ କିଛି ନିର୍ଦ୍ଦିଷ୍ଟ ବାବୁ ମାନଙ୍କର ବିକାଶରେ ଲାଗିପଡ଼ିଛି । ଏ ଅଂଚଳର ଅଧିବାସୀ ଖଣି, ଖାଦାନ ଓ ଶିଳ୍ପରୁ ନିର୍ଗତ ହେଉଥିବା ଧୂଆଁ, ଧୂଳି ଖାଇ ବଂଚିବା ହେଉଛି ଏମାନଙ୍କ ପାଇଁ ସାର । ଶିଳ୍ପ ପାଇଁ ଯେଉଁମାନେ ଜମି ହରାଇଛନ୍ତି ଏବଂ ଏ ଅଂଚଳରେ ଲୋକମାନେ ସେହି ସବୁ କଳକାରଖାନାରେ ୭୦ଭାଗ ନିଯୁକ୍ତି ପାଇବା କଥା କିନ୍ତୁ ୭୦ଭାଗ ତ ଦୁରେ ଥାଉ ୩୦ ଭାଗ ଲୋକ ମଧ୍ୟ ନିଯୁକ୍ତି ପାଉନାହାନ୍ତି । ଜିଲ୍ଲା ଖଣିଜ ସଂପଦ ପାଣ୍ଠି ଏ ଖଣି ଅଂଚଳର ଜନସାଧାରଣଙ୍କୁ ସ୍ୱଚ୍ଛ ପିଇବାପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ପାଇଁ ତାଲିମ ଇତ୍ୟାଦି ପ୍ରଦାନ କରିବାପାଇଁ ଖର୍ଚ୍ଚ ହେବା କଥା କିନ୍ତୁ ଏ ପଇସାକୁ ଅନ୍ୟ ଅର୍ଥରେ ଖର୍ଚ୍ଚ କରାଯାଉଛି । ନିଜର ଏବଂ ନିଜ ବାପାଙ୍କର କେବଳ ପ୍ରଚାର ଓ ପ୍ରସାର କରିବା ଛଡ଼ା ଅନ୍ୟ କିଛି ହେଉନାହିଁ । ୨୨ ବର୍ଷର ସରକାର ଏ ଅଂଚଳର ସାମାନ୍ୟ ପାଣି ଟିକିଏ ପିଇବା ପାଇଁ ଯୋଗାଇ ଦେଉନାହାନ୍ତି । ତାହାହେଲେ ବିକାଶ କେଉଁଠି ଓ କେବେ ହେଉଛି । ଏ ଅଂଚଳର ଜନସାଧାରଣ ଓଡ଼ିଶାବାସୀକି ନୁହେଁ ଏ କଥାର ଉତର କିଏ ଦେବ । କଂଗ୍ରେସ ସରକାର ଆସିଲେ ରାଜ୍ୟର ଯୁବକ ମାନଙ୍କ ସ୍ୱାର୍ଥ ସହିତ ସାଲିସ କରାଯିବ ନାହିଁ । ଖଣି ଅଂଚଳର ପଇସା କେବଳ ସେହି ଅଂଚଳର ବିକାଶ ପାଇଁ ଖର୍ଚ୍ଚ କରାଯିବ । କୃଷକ ମାନଙ୍କ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ସହିତ ପ୍ରୋତ୍ସାହନ ରାଶି ଦିଆଯିବ । ପ୍ରତ୍ୟେକ ଜିଲ୍ଳାରେ କୃଷିଭିର୍ତିକ ଶିଳ୍ପ କରାଯିବ ଏବଂ ଏହାକୁ ବଜାର ସହିତ ଯୋଡ଼ା ଯିବ । ପ୍ରତ୍ୟେକ ଜିଲ୍ଳା ଏବଂ ବ୍ଲକରେ ଶୀତଳଭଣ୍ଡାର ଏବଂ ଗୋଦାମଘର ମାନ ପ୍ରତିଷ୍ଠା କରାଯିବ । ବିଜୁଳି ଦର ଉପରେ ଅଂକୁଶ ଲଗାଯିବ । ମହିଳାମାନଙ୍କ ନିରାପତା ଓ ରୋଜଗାର କଂଗ୍ରେସ ଦଳର ପ୍ରାଥମିକତା ହେବ । ଆଜି ପବିତ୍ର ମକରସଂକ୍ରାନ୍ତି । ଓଡ଼ିଶାର ଗଣପର୍ବ । ସୂର୍ଯ୍ୟଙ୍କର ଉତରାୟଣ ଗତି । ଏଭଳି ଏକ ଦୁଲର୍ଭ ସମୟରେ ଓଡ଼ିଶାବାସୀଙ୍କୁ ବିନ୍ରମତା ସହିତ ଅନୁରୋଧ କରୁଛି ଆପଣ କଂଗ୍ରେସକୁ ଆଶୀର୍ବାଦ କରନ୍ତୁ । କଂଗ୍ରେସ ସରକାର ଗଢ଼ିଲେ ଓଡ଼ିଶାର ପ୍ରଗତି ଅନିବାର୍ଯ୍ୟ । ଏହି ପଦଯାତ୍ରାର ଜିଲ୍ଳା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀ, ବିଧାୟକ ସିଏସ ରାଜନ ଏକା, ସନ୍ତୋଷ ସିଂ ସାଲୁଜା, ମାନସ ମଲ୍ଲିକ, ମନୋଜ ସାହୁ, ବିଦୁଭୂଷଣ ତ୍ରିପାଠୀ, ବିରେନ ସେନାପତି, ରବି ରାୟ, ରାଜକିଶୋର ଷଡ଼ଙ୍ଗୀ, ବାଙ୍କନିଧି ବେହେରା, ଶୁଭେନ୍ଦୁ ନାୟକ, ଚିନ୍ତାମଣି ସାହୁ, ସଂଜୟ ତ୍ରିପାଠୀ, ଦୀପକ କୁମାର ମହାପାତ୍ର, ସରୋଜିନୀ ଲାକ୍ରା, ଅହଲ୍ୟା ଲାକ୍ରା,ଅମିତା ବିଶ୍ୱାଳ, କୈଳାସ ସାହୁ, ମନୁ ସରଫା, ଆଲବେଟ କିଲୋ ଏବଂ ବହୁ କଂଗ୍ରେସ ନେତୃବର୍ଗ, କୃଷକ ନେତା, ଶ୍ରମିକ ନେତା ଯୋଗଦେଇଥିଲେ ବୋଲି ପିସିସି ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking