19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବର ନୁହେଁ, ଭାଉଜକୁ ବିବାହ କରେ ନଣନ୍ଦ; ହିମାଚଳ ପ୍ରଦେଶ ପାହାଡ଼ିଆ ଅଞ୍ଚଳରେ ରହିଛି ଏଭଳି...

ବର ନୁହେଁ, ଭାଉଜକୁ ବିବାହ କରେ ନଣନ୍ଦ; ହିମାଚଳ ପ୍ରଦେଶ ପାହାଡ଼ିଆ ଅଞ୍ଚଳରେ ରହିଛି ଏଭଳି ଭିନ୍ନ ପରମ୍ପରା

ହିମାଚଳ ପ୍ରଦେଶ : ଭାରତର ବିଭିନ୍ନ କୋଣରେ ଭିନ୍ନ ଭିନ୍ନ ପରମ୍ପରା ଓ ରୀତିନୀତି ପାଳିତ ହୁଏ । ଖାସ୍ କରି ବିବାହ ଉତ୍ସବରେ ବିଭିନ୍ନ ସ୍ଥାନରେ ନିଆରା ବିଧିବିଧାନ ଦେଖିବାକୁ ମିଳେ । ଦେଶର ଏକ ପାହାଡ଼ିଆ ରାଜ୍ୟରେ ଭଉଣୀ ବର ବେଶ ହୋଇ ବରଯାତ୍ରୀ ନେଇ କନ୍ୟା ଘରକୁ ଯିବାର ନିଆରା ପରମ୍ପରା ରହିଛି । ଏହି ପରମ୍ପରା ଅନ୍ତର୍ଗତ ବିବାହର ସମସ୍ତ ବିଧି ପାଳନ କରି ଭାଉଜକୁ ଭଉଣୀ ଘରକୁ ଆଣେ । ପ୍ରାକୃତିକ ସୌନ୍ଦର‌୍ୟ୍ୟ ପାଇଁ ବେଶ ପରିଚିତ ହିମାଚଳ ପ୍ରଦେଶରେ ଏଭଳି ଏକ ନିଆରା ପରମ୍ପରାକୁ ନେଇ ଲୋକଙ୍କ ମଧ୍ୟରେ ବେଶ କୌତୁହଳ ଦେଖାଯାଏ । ରାଜ୍ୟର ଜନଜାତି ଅଞ୍ଚଳ ଲାହୋଲ ସ୍ପିତୀରେ ଭଉଣୀ ନିଜ ଭାଇ ପାଇଁ ବର ବେଶ ହୁଏ ଏବଂ ବେଶ ଧୂମ୍‌ଧାମରେ ବରଯାତ୍ରୀ ନେଇ ଶ୍ୱଶୁର ଘରକୁ ଯାଏ । ବର ପାଲଟିଥିବା ଭଉଣୀ ହିଁ ସମସ୍ତ ବିଧି ପାଳନ କରି ଭାଉଜକୁ ବିବାହ କରେ ଏବଂ ତା’ସହ ‘ସାତ୍ ଫେରା’ ନିଏ । ବିବାହ ପରେ ଭାଉଜକୁ ଘରକୁ ବି ଆଣେ ।

ଯଦି ବରର ଭଉଣୀ ନ ଥାନ୍ତି, ତେବେ ଏହି ଜନଜାତିର ପରମ୍ପରାରେ ତା’ର ବିକଳ୍ପ ମଧ୍ୟ ରହିଛି । ଯଦି କୌଣସି ପୁଅର ଭଉଣୀ ନାହିଁ, ତେବେ ତା’ର ଛୋଟ ବା ବଡ଼ ଭାଇ ବର ବେଶ ହୁଏ ଏବଂ ବିବାହର ସମସ୍ତ ପରମ୍ପରା ପାଳନ କରି କନ୍ୟାକୁ ଘରକୁ ଆଣେ । କୁହାଯାଏ, ଦୀର୍ଘ ଶତାବ୍ଦୀ ପୂର୍ବେ ଏହି ପରମ୍ପରା ଆରମ୍ଭ ହୋଇଥିଲା । ବିବାହ ଦିନ କୌଣସି କାରଣରୁ ବର ଘରେ ନ ଥିବାରୁ ପ୍ରଥମେ ଏପରି କରାଯାଇଥିଲା । ଯାହା ପରେ ପରମ୍ପରାରେ ବଦଳିଗଲା । ଏହି ପରମ୍ପରା ଅନୁସାରେ, ଭଉଣୀ ମୁଣ୍ଡରେ ପଗଡ଼ି ବାନ୍ଧି ବର ବେଶ ହୁଏ ଏବଂ ବାଜା, ବାଣ ଓ ରୋଶଣି ସହିତ କନ୍ୟାକୁ ନିଜ ଘରକୁ ପାଛୋଟି ଆଣେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking