19.1 C
Bhubaneswar
Thursday, December 26, 2024
Homeଓଡିଶାଘନ କୁହୁଡି ପାଇଁ ଚିଲିକା ମଝିରେ ଫସିଲା ଡଙ୍ଗା

ଘନ କୁହୁଡି ପାଇଁ ଚିଲିକା ମଝିରେ ଫସିଲା ଡଙ୍ଗା

ଚିଲିକା: ରାଜ୍ୟରେ ଶୀତର ପ୍ରକେପ ଜାରୀ ରହିଥିବା ବେଳେ ୨ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ଯାତାୟତରେ ଅନେକ ଅସୁବିଧା ଉତ୍ପନ ହେଉଥିବା ଜଣାପଡିଛି । ତେବେ ଏହାରି ମଧ୍ୟରେ ଆଜି ମକର ମେଳା ଥିବାକୁ ଅନେକ ଲୋକେ ବିଭିନ୍ନ ପ୍ରସିଦ୍ଧ ସ୍ଥାନକୁ ଯାଇ ଦେବାଦେବୀଙ୍କୁ ଦର୍ଶନ କରୁଛନ୍ତି । ସେହିପରି ମା କାଳିଜାଇ ପିଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । କିନ୍ତୁ ଏହାରି ମଧ୍ୟରେ ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକି କାଳିଜାଇରେ ଥିବା ଭକ୍ତମାନଙ୍କ ମନରେ ଭୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଆଜି ମକର ମେଳା ପାଇଁ କିଛି ଶ୍ରଦ୍ଧାଳୁ କାଳିଜାଇ ଦର୍ଶନ କରିବାକୁ ଯାଉଥିଲେ । କିନ୍ତୁ ଯିବା ସମୟରେ ହଠାତ୍ ଚିଲିକା ମଝିରେ ବର୍ତ୍ତମାନ ଡଙ୍ଗାଟି ଅଟକି ଯାଇଛି । ଫଳରେ ଡଙ୍ଗାରେ ଥିବା ସମସ୍ତ ଶ୍ରଦ୍ଧାଳୁ ଭୟଭିତ ହୋଇପଡିଛନ୍ତି । ତେବେ ଡଙ୍ଗାରେ ପାଖାପାଖି ୨୫ରୁ ଅଧିକ ଜଣ ଶ୍ରଦ୍ଧାଳୁ ଥିବା ଜଣାପଡିଛି । ତେବେ ଘନ କୁହୁଡି କାରଣରୁ ଡଙ୍ଗାର ଗତି ଜଣାପଡୁନଥିବାରୁ ଚଲିକା ମଝିରେ ଡଙ୍ଗାଟି ଅଟକି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking