27.1 C
Bhubaneswar
Sunday, September 29, 2024
Homeଅପରାଧଫାର୍ମ ହାଉସରେ ଜଗୁଆଳିଙ୍କୁ ନିର୍ମମ ହତ୍ୟା

ଫାର୍ମ ହାଉସରେ ଜଗୁଆଳିଙ୍କୁ ନିର୍ମମ ହତ୍ୟା

ବଲାଙ୍ଗୀର: ଫାର୍ମ ହାଉସରେ ଜଗୁଆଳିଙ୍କୁ ନିର୍ମମ ହତ୍ୟା ଘଟଣା । ହତ୍ୟାକାଣ୍ଡକୁ ୨୪ ଘଣ୍ଟା ନପୁରୁଣ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ମୃତ ବ୍ୟକ୍ତିଙ୍କ ସହକର୍ମୀକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ସାନୁ ବାଗ । ସେ ମୃତ ଋତୁ ଭୂଏଙ୍କ ସହ ସହକର୍ମୀ ଭାବେ ଆଇଁଲା ଛୁଆଁ ଗ୍ରାମର ଚାଷୀ ଲକ୍ଷ୍ମୀ କାନ୍ତଙ୍କ ଫାର୍ମ ହାଉସରେ ରାତ୍ର ଜଗୁଆଳି ଭାବେ କାମ କରୁଥିଲେ । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଆଁ ଗ୍ରାମରେ ଗତ ଗୁରୁବାର ରାତିରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ସୂଚନା ଅନୁଯାୟୀ, ଲକ୍ଷ୍ମୀ କାନ୍ତଙ୍କ ଫାର୍ମ ହାଉସରେ ସାନ ବୁର୍କା ବାହାଲର ଯୁବକ ଋତୁ ଭୁଏ କାମ କରୁଥିଲେ । ଗତକାଲି(ଶୁକ୍ରବାର) ତାକୁ ସେହି ଫାର୍ମ ହାଉସରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହାପରେ ଫାର୍ମ ହାଉସ ମାଲିକ ଲକ୍ଷ୍ମୀ କାନ୍ତ ଓ ଗ୍ରାମବାସୀ ପୋଲିସକୁ ଘଟଣା ସମ୍ପର୍କରେ ଖବର କରିଥିଲେ ।

ଖବର ପାଇଁ ବଲାଙ୍ଗୀର ସଦର ପୋଲିସ ତଥା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ସେହି ଫାର୍ମରେ ମୃତ ଯୁବକଙ୍କ ସହ କାମ କରୁଥିବା ତାର ସହକର୍ମୀ ତାଙ୍କୁ ହତ୍ୟା କରିଥିବା ଜଣାପଡିଥିଲା । ଗତ ରାତିରେ ମୃତ ଋତୁ ଭୂଏ ଓ ତାର ସହଯୋଗୀ ସାନୁ ବାଗ ଏକା ସାଙ୍ଗରେ ଫାର୍ମ ଜଗିଥିଲେ । ଏବଂ ରାତିରେ ଖାଇବା ସମୟରେ ଦୁଇ ଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେବାରୁ ଋତୁ ଭୂଏ ସାନୁ ବାଗକୁ ମାଡ଼ ମାରିଥିଲା । ଏହାପରେ ଋତୁ ଶୋଇପଡିବା ପରେ ସହକର୍ମୀ ସାନୁ ବାଗ ଏକ ହାତୁଡ଼ି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଋତୁର ମୃତ୍ୟୁ ହୋଇଥିଲା । ଏନେଇ ଫାର୍ମ ମାଲିକ ମୃତ ଯୁବକର ଘର ଲୋକଙ୍କୁ ଯାଇ ଖବର ଦେବା ସହ ରାତିରେ ତିନି ଯୁବକ ଆସି ହତ୍ୟା କରିଥିବାର କହିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ ପରେ ପଚରାଉଚରା କରିବାରୁ ସତ ମାନିଛି ସନୁ । ଏନେଇ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି । ଏବଂ ଅଭିଯୁକ୍ତ ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଏସଡିପିଓ । ହତ୍ୟାରେ ବ୍ୟବହୃତ ହାତୁଡିକୁ ପୋଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking