27.1 C
Bhubaneswar
Thursday, December 26, 2024
Homeଓଡିଶାବିଜେଡି-ବିଜେପି କଳହର କାରଣ ପାଲଟିଲା ଚାଉଳ ରାଜନୀତି; ମୁହାଁମୁହିଁ ହେଲେ ସସ୍ମିତ ଓ ଗୋଲକ

ବିଜେଡି-ବିଜେପି କଳହର କାରଣ ପାଲଟିଲା ଚାଉଳ ରାଜନୀତି; ମୁହାଁମୁହିଁ ହେଲେ ସସ୍ମିତ ଓ ଗୋଲକ

ଭୁବନେଶ୍ୱର: ଆଗାମୀ ବର୍ଷେ ପାଇଁ ଓଡିଶାବାସୀଙ୍କୁ ମାଗଣା ଚାଉଳ ଘୋଷଣା ହେବା ପରେ ଆରମ୍ଭ ହୋଇଛି ଚାଉଳ ଯୁଦ୍ଧ । ଏ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଭିତରେ ଟଣା ଓଟରା ଲାଗି ରହିଛି । ପ୍ରକୃତରେ ଚାଉଳ କାହାର? ଏ କଥାକୁ ପ୍ରମାଣ କରିବା ପାଇଁ ଲାଗିଛି ବାକ୍ ଯୁଦ୍ଧ । ୟା ଭିତରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କରି ବିଜେପି ପକ୍ଷରୁ କଥାର ବାଣ ଛାଡିଛନ୍ତି ଗୋଲକ ମହାପାତ୍ର ।

କରୋନା ସମୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହୋଇଯାଇଛି । ଏହାଦ୍ୱାରା ରାଜ୍ୟର ୩ କୋଟି ୨୫ ଲକ୍ଷ୍ୟରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଯାହାକୁ ନେଇ ବିଜେଡି କାଉଣ୍ଟର କରିଥିଲା । ବିଜେଡି କହିଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଓ କୋଭିଡ ସମୟରେ ୨୮ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ମିଶି ସମୁଦାୟ ୧୦ କେଜି ଚାଉଳ ପାଉଥିଲେ ପ୍ରତି ହିତାଧିକାରୀ। ତେବେ ଏହି ଯୋଜନା ବନ୍ଦ ହେଲେ ଗରିବ ପରିବାର ଅସୁବିଧାରେ ପଡିବେ । ତେଣୁ ଏହି ଯୋଜନାକୁ ପୁଣି ଥରେ ଲାଗୁ କରିବା ପାଇଁ ଦାବି କରିଛନ୍ତି ସସ୍ମିତ ପାତ୍ର । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫ କେଜି ଲେଖା ଚାଉଳ ମାଗଣାରେ ବଣ୍ଟନ ବାବଦରେ କେନ୍ଦ୍ର ସରକାର ବର୍ଷକୁ ୮,୪୦୦ କୋଟି ଟଙ୍କା ଓଡ଼ିଶାରେ ଖର୍ଚ୍ଚ କରିବେ।

ସେପଟେ ସସ୍ମିତଙ୍କ ଏହି କଥାକୁ ଗଣ୍ଠି କରିଛନ୍ତି ବିଜେପି ସାଦାରଣ ସମ୍ପାଦକ ଗୋଲକ ମହାପାତ୍ର । ହନୁ ମଲା ବେଳେ ସତ କହିଛି ବୋଲି କହି ସସ୍ମିତ ପାତ୍ରଙ୍କୁ ସେ କଟାକ୍ଷ କରିଛନ୍ତି । ସସ୍ମିତ ବାବୁ ଆଜି ସତ ସ୍ୱୀକାର କରିଛନ୍ତି। ପୂର୍ବରୁ ଚାଉଳକୁ ନେଇ ରାଜ୍ୟ ସରକାର ଯେଉଁ ସବୁ ମିଛ କହୁଥିଲେ ସେସବୁ ଆଜି ଧରାପଡ଼ି ଯାଇଥିବା ଗୋଲକ କହିଛନ୍ତି।

ଏଥିସହ ସେ କହିଛନ୍ତି ଏଣିକି କେନ୍ଦ୍ର ସରକାର ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେବେ। ଏହି ଚାଉଳ କେଜି ପ୍ରତି ୩୭.୨୮ ପଇସା ହୋଇଥିବା ବେଳେ ପୂର୍ବରୁ ରାଜ୍ୟ ସରକାର କେଜି ପିଛା ୨ ଟଙ୍କା ଦେଇ ବାହାବା ନେଉଥିଲେ। ଏହି ଯୋଜନା ନିଜର ବୋଲି ଡିଣ୍ଡିମ ପିଟୁଥିଲେ। ହେଲେ ଏଣିକି ଚାଉଳ ଦେବା ନିମନ୍ତେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଦେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କର ପ୍ରାୟ ୧୨୦୦ କୋଟି ଟଙ୍କା ବଞ୍ଚିଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking