ଭୁବନେଶ୍ୱର: ଚାଉଳ କଳି ନେଇ ସସ୍ମିତ ପାତ୍ରଙ୍କ ମନ୍ତବ୍ୟରେ ଗୋଲକଙ୍କ ଜବାବ । କଡା ଜବାବ ଦେଲେ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର । ସସ୍ମିତ ବାବୁ ଆଜି ସ୍ୱୀକାର କରିଛନ୍ତି ଚାଉଳ ପ୍ରଧାନମନ୍ତ୍ରୀ ନେଉଥିଲେ । ହନୁ ମଲା ବେଳେ ସତ କହେ ଏବଂ ସସ୍ମିତ ବାବୁ ମଧ୍ୟ ସତ କହିଲେ । ଏତେ ଦରଦ ଯଦି ୩କୋଟି ୨୫ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦିଅନ୍ତୁ । ଚାଉଳ ପାଇଁ ପୂରା ଖର୍ଚ୍ଚ ଦେବ କେନ୍ଦ୍ର ଏବଂ ଲୋକେ ମାଗଣାରେ ମୋଦି ଚାଉଳ ପାଇବେ । ଯଦି ଏତେ ଦରଦ ତେବେ ଘୋଷଣା କରିଥିବା ୧୦୦ ଟଙ୍କା ମଧ୍ୟ ବୋନସ ଦିଅନ୍ତୁ । କାଳିଆ ଯୋଜନାରେ ୧୦ ହଜାର ଦେବେ କହିଥିଲେ କିନ୍ତୁ ଦେଉଛନ୍ତି ୪ହଜାର । ତୁମ ମିଛ ସବୁ ଧରାପଡିଲା ବୋଲି ପ୍ରେସମିଟରେ କହିଲେ ଗୋଲକ ।