33.1 C
Bhubaneswar
Saturday, June 14, 2025
Homeଖେଳଆଇସିସି ଉପରେ ବର୍ଷିଲେ ଷ୍ଟୋକ୍ସ

ଆଇସିସି ଉପରେ ବର୍ଷିଲେ ଷ୍ଟୋକ୍ସ

ଲଣ୍ଡନ : ଇଂଲିଶ୍ ଟେଷ୍ଟ୍ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ଅନ୍ତର୍ଜାତୀୟ ମ୍ୟାଚ୍‌ର କାର୍ଯ୍ୟସୂଚୀ ନିର୍ଦ୍ଧାରଣକୁ ନେଇ ଆଇସିସି ଉପରେ ବର୍ଷିଛନ୍ତି । ଏଥିସହ ବିଭିନ୍ନ ଦେଶରେ ଟି-୨୦ ଲିଗ୍‌ର ମାତ୍ରା ବଢ଼ିଚାଲିଥିବାରୁ ଏହା ଟେଷ୍ଟ୍ କ୍ରିକେଟ୍ ପ୍ରତି ବିପଦ ସୃଷ୍ଟି କରୁଥିବା ମଧ୍ୟ ଏହି ତାରକା ଅଲ୍‌ରାଉଣ୍ଡର୍ ଜଣକ ମତ ଦେଇଛନ୍ତି । ବିବିସିରେ କିମ୍ବଦନ୍ତୀ ଅଲ୍‌ରାଉଣ୍ଡର୍ ଇଆନ୍ ବୋଥାମ୍‌ଙ୍କ ସହ ଏକ କାର୍ଯ୍ୟକ୍ରମରେ ଆଲୋଚନା ସମୟରେ ଷ୍ଟୋକ୍ସ ଅନ୍ତର୍ଜାତୀୟ ମ୍ୟାଚ୍ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ଉପରେ ଆଇସିସି ବିଶେଷ ଦୃଷ୍ଟି ଦେଉନାହିଁ ବୋଲି ମତ ଦେବା ସହ ଗତ ଟି-୨୦ ବିଶ୍ୱକପ୍ ପରେ ଦଳର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ର ଉଦାହରଣ ଦେଇଛନ୍ତି ।

ଟି-୨୦ ବିଶ୍ୱକପ୍ ପରେ ପରେ ଏହି ସିରିଜ୍‌ର କ’ଣ ଆବଶ୍ୟକତା ଥିଲା ବୋଲି ଷ୍ଟୋକ୍ସ କହିଛନ୍ତି । ସେହିପରି ଟେଷ୍ଟ୍ କ୍ରିକେଟ୍ ଦିନକୁ ଦିନ ଲୋକପ୍ରିୟତା ହରାଉଥିବାରୁ ଷ୍ଟୋକ୍ସ ମର୍ମାହତ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ନୂଆ ନୂଆ ଫର୍ମାଟ୍‌ରେ କ୍ରିକେଟ୍ ଖେଳାଯାଉଥିବା ବେଳେ ଫ୍ରାଞ୍ଚାଇଜିଭିତ୍ତିକ ପ୍ରତିଯୋଗିତାର ସଂଖ୍ୟା ବଢ଼ିଚାଲିଛି । ଅବଶ୍ୟ ଏହାଦ୍ୱାରା କ୍ରିକେଟର୍‌ମାନେ ଲାଭବାନ ହେଉଛନ୍ତି । କିନ୍ତୁ କ୍ରିକେଟ୍‌ର ଶ୍ରେଷ୍ଠ ଫର୍ମାଟ୍ ଯେ ଏହାଦ୍ୱାରା ପ୍ରଭାବିତ ହେଉଛି, ଏହା ଅନସ୍ୱୀକାର୍ଯ୍ୟ ବୋଲି ଷ୍ଟୋକ୍ସ କହିଛନ୍ତି । ସେହିପରି ଟେଷ୍ଟ୍ କ୍ରିକେଟ୍‌ରେ ବି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇବା ଫର୍ମୂଲା ଇଂଲଣ୍ଡ ଆପଣାଇଥିବା ବେଳେ ଅନ୍ୟ ଦଳଗୁଡ଼ିକ ମଧ୍ୟ ଏହାକୁ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking