23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶନେପାଳ ଜେଲରୁ ମୁକ୍ତ ହେବ ସିରିଏଲ କିଲର ଚାର୍ଲସ ଶୋଭରାଜ

ନେପାଳ ଜେଲରୁ ମୁକ୍ତ ହେବ ସିରିଏଲ କିଲର ଚାର୍ଲସ ଶୋଭରାଜ

କାଠମାଣ୍ଡୁ : ନେପାଳ ଜେଲରୁ ମୁକ୍ତ ହେବ ବିକିନି କିଲର ଭାବେ ପରିଚିତ କୁଖ୍ୟାତ ସିରିଏଲ କିଲର ଚାର୍ଲସ ଶୋଭରାଜ । ତାକୁ ମୁକ୍ତ କରାଯିବା ସମ୍ପର୍କରେ ନେପାଳର ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ୧୯୭୦ ଦଶକର ଭୟଙ୍କର ହତ୍ୟାକାରୀ ଚାର୍ଲ୍ସ ସୋଭରାଜଙ୍କୁ ୨୦୧୦ ରେ ନେପାଳର ଏକ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଦୁଇଜଣ ଅମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ମାମଲାରେ ତାକୁ ଏହି ଦଣ୍ଡ ଦିଆଯାଇଥିଲା । ତେବେ ସେ ୨୦୦୩ରୁ ନେପାଳ ଜେଲରେ ରହିଛି । ଅପରାଧ ଦୁନିଆରେ ବିକିନି କିଲର, ସର୍ପେଣ୍ଟ ଆଦି ନାମରେ କୁଖ୍ୟାତ ଚାର୍ଲସ ଶୋଭରାଜକୁ ବିଶ୍ୱ ଇତିହାସରେ ଅନ୍ୟତମ ଧୂର୍ତ୍ତ ଓ ଭୟଙ୍କର ଅପରାଧୀର ମାନ୍ୟତା ଦିଆଯାଏ । ସେ ଭାରତ, ନେପାଳ, ଥାଇଲାଣ୍ଡ, ତୁର୍କୀ ଓ ଇରାନରେ ୨୦ରୁ ଅଧିକ ଲୋକଙ୍କ ହତ୍ୟା କରିଥିଲା । ସେ ମୂଳତଃ ଫ୍ରାନ୍ସର ନାଗରିକ ହୋଇଥିଲେ ବି ଅନେକ ଦେଶର ଜାଲି ପାସପୋର୍ଟ ରଖିଥିଲା । ଫ୍ରାନ୍ସରେ ଜଣେ ଫରାସୀ ମା ଓ ଭାରତୀୟ ପିତାଙ୍କଠାରୁ ସେ ଜନ୍ମଗ୍ରହଣ କରିଥିଲା । ସେପ୍ଟେମ୍ବର ୧, ୨୦୦୩ରେ ଶୋଭରାଜଙ୍କୁ ନେପାଳର ଏକ କ୍ୟାସିନୋ ବାହାରେ ପୋଲିସ ଗିରଫ କରିଥିଲା । ଗିରଫ ହେବା ପରେ ପୋଲିସ ତା ବିରୋଧରେ କାଠମାଣ୍ଡୁ ଏବଂ ଭକ୍ତପୁରରେ ୧୯୭୫ ରେ ଏହି ଦମ୍ପତିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୁଇଟି ପୃଥକ ହତ୍ୟା ମାମଲା ରୁଜୁ କରିଥିଲା । ଏହା ସହିତ ନକଲି ପାସପୋର୍ଟ ବ୍ୟବହାର ଅଭିଯୋଗରେ ତା ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking