23.4 C
Bhubaneswar
Sunday, December 22, 2024
Homeକରୋନାବିଶ୍ୱକପ ଭିଡରେ ଲକ୍ଷଣ ଦେଖିଲେ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ

ବିଶ୍ୱକପ ଭିଡରେ ଲକ୍ଷଣ ଦେଖିଲେ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଚୀନ ପରେ ଏବେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି କରୋନା ମହାମାରୀ । ୫ଟି ଦେଶରେ କରୋନାର ଉଗ୍ର ରୂପ ନେବା ପରେ ହକି ବିଶ୍ୱକପକୁ ନେଇ ବଢିଛି ଚିନ୍ତା । ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ତେବେ ଚିଠି ପାଇବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି ।

ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ କରାଇବା ପାଇଁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆକ୍ରାନ୍ତଙ୍କ ଜିନମ୍ ସିକ୍ୱେନ୍ସିଂ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ହକି ବିଶ୍ୱକପରେ ଭିଡକୁ ଦୃଷ୍ଟିରେ ରଖିସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜାଣିବାକୁ ମିଳିଛି । ରାଜଧାନୀ ଭୂବନେଶ୍ୱର ଏବଂ ରାଉରକେଲାରେ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି । ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ସେଠାରେ ଟେଷ୍ଟ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ରାଜ୍ୟ ସରକାର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking