ପାଟନା : ପୁଣି ବିହାରରେ ସାମ୍ନାକୁ ଆସିଲା ବିଷାକ୍ତ ମଦ କାରଣରୁ ମୃତ୍ୟୁ ମାମଲା। ବିଷାକ୍ତ ମଦ କାରଣରୁ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ବୁଧବାର ଖବର ମିଳିଛି। ଏହାସହ ଅନେକ ଚିିକିତ୍ସାଧୀନ ଅବସ୍ଥାରେ ମଧ୍ୟ ରହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସାରଣ ଜିଲାର ଇସୁଆପୁର ଥାନା ଅନ୍ତର୍ଗତ ଡୋଇଲା ଗାଁରେ ମଦ ଜନିତ ମୃତ୍ୟୁ ହୋଇଛି। ବିଷାକ୍ତ ମଦ କାରଣରୁ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଏଯାଏଁ ମିଳିନାହିଁ।