23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶପ୍ରେମ ପାଇଁ ମହାଭାରତ; କୂଅକୁ ଡେଇଁଲେ ପ୍ରେମିକ, ପରେ ବିବାହ

ପ୍ରେମ ପାଇଁ ମହାଭାରତ; କୂଅକୁ ଡେଇଁଲେ ପ୍ରେମିକ, ପରେ ବିବାହ

ପ୍ରେମିକାଙ୍କୁ ପାଇବା ପାଇଁ ହେଲା ଜବରଦସ୍ତ ନାଟକ । ସିନେମା ଷ୍ଟାଇଲରେ ପରିବାର ଲୋକଭ୍‌କୁ ବିବାହ ପାଇଁ ରାଜି କରାଇଲେ ପାଗଳ ପ୍ରେମୀ । ଆଉ ଶେଷରେ ସେ ନିଜ ପ୍ରେମକୁ ହିଁ ଜୀବନସାଥୀ ଭାବରେ ପାଇଛନ୍ତି । ତାଙ୍କ ଭଲ ପାଇବାକୁ ସାକାର କରିବା ପାଇଁ କୂଅକୁ ଡେଇଁ ପଡିଥିଲେ ଏହି ଯୁବକ । ଯାହା ପରେ ତାଙ୍କୁ ପ୍ରେମରେ ମିଳିଛି ସଫଳତା । ଏଭଳି ଏକ ଘଟରା ଘଟିଛି ଗରଖା ଥାନା ଅଞ୍ଚଳର ମୋତିରାଜପୁର ଗ୍ରାମରେ ।

ସୂଚନା ଅନୁସାରେ, ଯୁବକ ଜଣକ ପ୍ରେମିକାଙ୍କୁ ଭେଟିବା ପାଇଁ ବିଳମ୍ବିତ ରାତିରେ ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ ମାଡ ମାରିଥିଲେ। ଏହା ପରେ ଯୁବକ ଜଣକ କୂଅ ଭିତରକୁ ଡେଇଁପଡିଥିଲେ। ଯୁବକଙ୍କର ଏହି ପଦକ୍ଷେପ ସେଠାରେ ଏକ ଉତ୍ତେଜନା ସୃଷ୍ଟି କରିଥିଲା ଜ୍ଝ ଯୁବକଙ୍କୁ ବଞ୍ଚାଇବା ପାଇଁ ଗ୍ରାମବାସୀଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା, କିନ୍ତୁ ସେ ଯିବାକୁ ପ୍ରସ୍ତୁତ ନଥିଲେ। ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିବାର ସର୍ତ୍ତ ରଖିଥିଲେ ଜ୍ଝ ତେବେ ଗ୍ରାମବାସୀ ଏହାକୁ ଗ୍ରହଣ କରିବା ପରେ ତାଙ୍କୁ ବାହାରକୁ ନିଆଯାଇଥିଲା ଏବଂ ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି। ତେବେ ଯୁବକଙ୍କର ପରିବାର ସଦସ୍ୟ ଏହି ବିବାହରେ ଭାଗ ନେଇନଥିଲେ।

ଏହି ଯୁବକ ଜଣକ ନାଗର ପୋଲିସ ଷ୍ଟେସନ ଅଞ୍ଚଳର ବିଚଲା ଟେଲପା ନିବାସୀ ମୁନ୍ନା ରାଜ ବୋଲି ଜଣାପଡିଛି । ମୁନ୍ନା ଏବଂ ମୋତିରାଜପୁରର ସୋନୀଙ୍କ ମଧ୍ୟରେ ୪ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିଥିଲା, କିନ୍ତୁ ମୁନ୍ନାଙ୍କ ପରିବାର ବିବାହ ପାଇଁ ପ୍ରସ୍ତୁତ ହେଉନଥିଲେ। ତେଣୁ ସେ ନିଜେ ତାଙ୍କ ପ୍ରେମିକାଙ୍କ ପାଖକୁ ଯାଇ ତାଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ମୁନ୍ନା ସେଠାରେ ପହଞ୍ଚିବା ମାତ୍ରେ ଏମିତି ଏକ ହାଇ ଭୋଲଟେଜ୍ ଡ୍ରାମା ଆରମ୍ଭ ହୋଇଥିଲା ଜ୍ଝତେବେ ଶେଷରେ ଉଭୟ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking