22.1 C
Bhubaneswar
Friday, January 10, 2025
Homeଘଟଣାବଳୀ-୨୦୨୨ଅର୍ଚ୍ଚନା ମାମଲା: ରାଜ୍ୟ ବାହାରେ ଶ୍ରଦ୍ଧାଞ୍ଜଳି, ବଦଳାଉଛନ୍ତି ଲୋକେସନ୍‌!

ଅର୍ଚ୍ଚନା ମାମଲା: ରାଜ୍ୟ ବାହାରେ ଶ୍ରଦ୍ଧାଞ୍ଜଳି, ବଦଳାଉଛନ୍ତି ଲୋକେସନ୍‌!

ଭୁବନେଶ୍ୱର: ତଥ୍ୟକୁ ନେଇ ପୁଲିସ୍ ଓ ଇଡି ମଧ୍ୟରେ ଲାଗିରହିଛି ଟଣାଓଟରା । ଇଡି ଅଧିକାରୀମାନେ ସେମାନଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, କମିଶନରେଟ୍ ପୁଲିସ ଆମକୁ ସହଯୋଗ କରୁନାହିଁ । ଯାହା ତଥ୍ୟ ମଗାଯାଉଛି; ସେଠାରୁ ମିଳୁନାହିଁ । କିଛି ଆସୁଛି, ସମ୍ପୂର୍ଣ୍ଣ ଆସୁନାହିଁ । ଅର୍ଚ୍ଚନା ବ୍ଲାକ୍‌ମେଲିଂ ମାମଲାରେ ଡିଜିଟାଲ ତଥ୍ୟ ସବୁଠାରୁ ଗୁରୁତ୍ୱପୂୂର୍ଣ୍ଣ । ସେ ବ୍ଲାକ୍‌ମେଲିଂ କଲା ବେଳେ ସିକ୍ରେଟ୍ କ୍ୟାମେରା ବ୍ୟବହାର କରୁଥିଲା । ଏହି କ୍ୟାମେରାରେ ବଡ଼ବଡ଼ିଆ ଏବଂ ବ୍ୟବସାୟୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତକୁ କଏଦ କରୁଥିଲା । ପରେ ଲାପ୍‌ଟପ୍‌୍‌୍‌୍‌୍‌୍‌, ମୋବାଇଲ୍ ଏବଂ ପେନ୍‌ଡ୍ରାଇଭ ଭଳି ଡିଜିଟାଲ ଡାଟା ଷ୍ଟୋରେଜ୍ ପ୍ଲାଟ୍‌ଫର୍ମରେ ଏହାକୁ ଷ୍ଟୋର କରୁଥିଲା । ଏହି ଡିଜିଟାଲ ତଥ୍ୟ ମାଧ୍ୟମରେ ହିଁ ଅନ୍ୟମାନଙ୍କୁ ବ୍ଲାକ୍‌ମେଲ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ପୁଲିସ ଯେତେବେଳେ ଅର୍ଚ୍ଚନାଙ୍କୁ ଗିରଫ କଲା; ତାଙ୍କଠାରୁ ୨ଟି ଲାପ୍‌ଟପ, ୪ଟି ମୋବାଇଲ ଏବଂ ଗୋଟିଏ ପେନ୍‌ଡ୍ରାଇଭ୍ ଜବତ କରିଥିଲା । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ନେଇ ଇଡି ଅନୁମାନ କରୁଛି । ଯାହା ତଦନ୍ତରେ ବିଶେଷ ଭାବେ ସହାୟକ ହେବ । କିଏ କିଏ ବ୍ଲାକ୍‌ମେଲିଂର ଶିକାର ହୋଇଛନ୍ତି ତାହା ଜଣାପଡ଼ିବ ।

ଖାଲି ଅର୍ଚ୍ଚନା ନୁହେଁ, ଜଗବନ୍ଧୁଙ୍କ ଠାରୁ ୪ଟି ମୋବାଇଲ୍ ଏବଂ ୨ଟି ଲାପଟପ୍ ଜବତ କରାଯାଇଥିଲା ବୋଲି ଜଣାପଡ଼ିଛି । ତେବେ ଅର୍ଚ୍ଚନା ଗିରଫ ହେବା ପରେ ଜଗବନ୍ଧୁ ସେ ତଥ୍ୟ ରଖିଛନ୍ତି ନା ଡିଲିଟ୍ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ରାଜ୍ୟ ଫରେନ୍‌ସିକ୍ ପାଖରେ ଏହି ସବୁ ତଥ୍ୟ ରହିଛି । ଯାହା ଖୁବ୍‌ଶିଘ୍ର ଇଡିକୁ ହସ୍ତାନ୍ତର କରାଯାଇପାରେ । ଅନ୍ୟପକ୍ଷରେ ଗୁରୁବାର ଇଡିରେ ହାଜର ହୋଇଛନ୍ତି କଣ୍ଟ୍ରାକ୍ଟର ପବିତ୍ର ପାତ୍ର । ପବିତ୍ରଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ପବିତ୍ରଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି । ତେବେ ଅର୍ଚ୍ଚନା ଘରର ପ୍ଲାଷ୍ଟର ପାଇଁ ସେ ଠିକା ନେଇଥିଲେ । ଏଥିପାଇଁ ତାଙ୍କୁ ୪୦ ଲକ୍ଷ ଟଙ୍କା ଦିଆଯାଇଥିଲା । ଏପରିକି ଅର୍ଚ୍ଚନା ତାଙ୍କର କିଛି ଟଙ୍କା ଏବେ ବି ବାକି ରଖିଥିବା ସୂଚନା ମିଳିଛି । ହେଲେ କେତେଟଙ୍କା ବକେୟା ରଖିଛନ୍ତି ତାହା ସେ ଗଣମାଧ୍ୟମକୁ କହିବାକୁ ମନା କରି ଦେଇଥିଲେ ।

ତେବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଛନ୍ତି ଅର୍ଚ୍ଚନାଙ୍କ ଘର କାମ କରିଥିବାରୁ ଅର୍ଚ୍ଚନାଙ୍କ ସହ ତାଙ୍କର ଟଙ୍କା କାରବାର ହୋଇଥିଲା । ଏହି ଟଙ୍କା କାରବାର ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ଇଡିରେ ଦାଖଲ କରିବାକୁ ସେ ଆଜି ଇଡି କାର୍ଯ୍ୟାଳୟକୁ ଆସିଛନ୍ତି । ତେବେ ଇଡି ଟାର୍ଗେଟ୍‌ରେ ପ୍ରଥମେ ଗାଡି, ପରେ ଜମି ଏବଂ ଏବେ ଅର୍ଚ୍ଚନାଙ୍କ ଘର ରହିଛି । କିଛିଦିନ ହେବ ଇଡି ଅର୍ଚ୍ଚନାଙ୍କ ଘର କିଭଳି ହେଲା । ସେ ଏଥିପାଇଁ ଟଙ୍କା କେଉଁଠୁ ଆଣିଲେ । କିଏ ସେ ବ୍ୟବସାୟୀ, ଯିଏ ଅର୍ଚ୍ଚନାଙ୍କ ଘର ନିର୍ମାଣ ପାଇଁ ଟଙ୍କା ଦେଇଛନ୍ତି ସେ ସବୁର ଖୋଳତାଡ଼ ଆରମ୍ଭ ହୋଇଛି । ଇଡି ଏଥିପାଇଁ ପ୍ରଥମେ ଆଲିସାନ ଘର ଛିଡ଼ା ହୋଇଥିବା ଜମି ମାଲିକ ପ୍ରଭାତ ପତିଙ୍କୁ ଡାକିଥିଲା ।

ପରେ ଇଣ୍ଟେରିୟର ଡିଜାଇନର ରଣଜିତ ବେହେରା, ଏବେ ଠିକାଦାର ପବିତ୍ର ପାତ୍ରଙ୍କ ଠାରୁ ଅର୍ଚ୍ଚନାଙ୍କ ସହ ଟଙ୍କା କାରବାରର ହିସାବ ନେଉଛି ଇଡି । ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ରିମାଣ୍ଡର ତୃତୀୟ ଦିନରେ ବି ତାଙ୍କୁ ମାରାଥନ ଜେରା କରାଯାଇଛି । ସେପଟେ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଆସନ୍ତା ୧୩ ତାରିଖରେ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର ହୋଇପାରନ୍ତି । ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି । ଏପଟେ ହନି ଟ୍ରାପ୍ ଓ ବ୍ଲାକମେଲିଂ ସିଣ୍ଡିକେଟର ଅନ୍ୟତମ କାର୍ପଟଦାର ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜିପାଉନି ଇଡି । ସେ ରାଜ୍ୟ ବାହାରକୁ ଚାଲି ଯାଇଥିବା ସୂଚନା ମିଳୁଛି । ସେ ବାରମ୍ବାର ଲୋକେସନ ବଦଳାଉଛନ୍ତି ବୋଲି ସୂଚନା ମିଳୁଛି । ଇଡି ତାଙ୍କୁ ଖୋଜୁଛି । ତାଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking