ଭୁବନେଶ୍ବର: ଜଣାଶୁଣା ସିନେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ତାଙ୍କ ଓକିଲ ଆକାଶ ଭୂୟାଁଙ୍କ ସହ ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି କୁହାଯାଉଛି।
ହେଲେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ଅନ୍ୟପକ୍ଷରେ ତାଙ୍କ ଓକିଲ ଆକାଶ ଭୂୟାଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଓକିଲ ଇଡି କାର୍ଯ୍ୟାଳୟରେ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ପୂର୍ବରୁ ଅର୍ଚ୍ଚନା ନାଗ ମାମଲାରେ ଇଡି ପକ୍ଷରୁ ସମନ ଜାରି କରାଯାଇଥିବା ବେଳେ, ନିର୍ଦ୍ଧାରିତ ସମୟ ଓ ତାରିଖ ଭିତରେ ହାଜର ହେବାକୁ କୁହାଯାଇଥିଲା ।
ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ସେ ନୂଆପଲ୍ଲୀ ଥାନାରେ କରିଥିବା ଏତଲା ଅଧାରରେ ଇଡି ପରିଜାଙ୍କୁ ସମନ କରିଥିଲା। ଅକ୍ଷୟ ହାଜର ହେବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥାନ୍ତା।ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି। କିନ୍ତୁ ସେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ଅନ୍ୟପକ୍ଷରେ ତାଙ୍କ ଓକିଲ ଆକାଶ ଭୂୟାଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଓକିଲ ଇଡି କାର୍ଯ୍ୟାଳୟରେ କହିଥିଲେ।