20.1 C
Bhubaneswar
Monday, November 18, 2024
Homeଖେଳଆଇଏସ୍‌ଏସ୍‌ଏଫ୍ ବିଶ୍ୱ ଚାମ୍ପିଅନ୍‌ଶିପ୍‌: ୩୮ ପଦକ ସହ ଦ୍ୱିତୀୟରେ ଭାରତ

ଆଇଏସ୍‌ଏସ୍‌ଏଫ୍ ବିଶ୍ୱ ଚାମ୍ପିଅନ୍‌ଶିପ୍‌: ୩୮ ପଦକ ସହ ଦ୍ୱିତୀୟରେ ଭାରତ

କାଇରୋ : ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ଶୁଟର୍‌ମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ମୋଟ ୩୮ ପଦକ ଜିତି ଚୀନ୍ ପଛକୁ ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । କାଇରୋ (ରାଇଫଲ୍‌/ପିସ୍ତଲ୍‌) ଏବଂ କ୍ରୋଏସିଆର ଓସିଜେକ୍ (ଶଟ୍‌ଗନ୍‌)ରେ ଆୟୋଜିତ ଚାମ୍ପିଅନ୍‌ଶିପ୍‌ରେ ମିଳିତ ଭାବେ ଭାରତୀୟ ଶୁଟର୍‌ମାନେ ପ୍ରଦର୍ଶନରେ ସୁଧାର କରିଛନ୍ତି । ପୂର୍ବରୁ ୨୦୧୮ରେ କୋରିଆର ଚାଙ୍ଗଓନ୍‌ରେ ଆୟୋଜିତ ଚାମ୍ପିଅନ୍‌ଶିପ୍‌ରେ ଭାରତ ୨୭ଟି ପଦକ ଜିତିଥିଲା । ଏଠାରେ ଭାରତ ମଧ୍ୟ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତିନିଟି କୋଟା ହାସଲ କରିଛି ।

ପୁରୁଷ ୧୦ମି. ଏୟାର୍ ରାଇଫଲ୍‌ରେ ସ୍ୱର୍ଣ୍ଣ ପଦକ ଜିତି ରୁଦ୍ରାଂକ୍ଷ ବାଲାସାହେବ ପାଟିଲ୍ ପ୍ୟାରିସ୍ ଅଲିମ୍ପିକ୍ କୋଟା ହାସଲ କରିଥିବା ବେଳେ ପୁରୁଷ ୫୦ ମି. ରାଇଫଲ୍ ୩ ପୋଜିନ୍‌ରେ ସ୍ୱପ୍ନିଲ୍ କୁସାଲେ ଏବଂ ଭୋଉନୀଶ ମେଣ୍ଡିରାଟ୍ଟା ଇସିଜେକ୍‌ରେ ଆୟୋଜିତ ପୁରୁଷ ଟ୍ରାପ୍‌ରେ ଅଲିମ୍ପିକ୍ କୋଟା ଅର୍ଜନ କରିଛନ୍ତି । ଚାମ୍ପିଅନ୍‌ଶିପ୍‌ରେ ତିନିଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ସହ ଈଶା ସିଂହ ସବୁଠୁ ସଫଳ ଭାରତୀୟ ଶୁଟର୍ ଭାବେ ଉଭା ହୋଇଥିବା ବେଳେ ସମୀର ଗୁଲିଆ ତୁଇଟି ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୁଦ୍ରାଂକ୍ଷ, ରମିତା ଓ ସମ୍ରାଟ ରାଣା ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭିଜୟବୀର ସିଦ୍ଧୁ ପୁରୁଷ ୨୫ ମି. ଷ୍ଟାଣ୍ଡାର୍ଡ ପିସ୍ତଲରେ ନିଜର ଜୁନିୟର୍ ଟାଇଟଲ୍ ବାଜୟ ରଖିବା ସହ ଗୋଟିଏ ବ୍ରୋଞ୍ଜ୍ ପଦକ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking