18.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶସାମ୍ପୋ କମ୍ପାନୀ ନାଁରେ ଅଭିଯୋଗ ଆଣିଲେ ମହିଳା....

ସାମ୍ପୋ କମ୍ପାନୀ ନାଁରେ ଅଭିଯୋଗ ଆଣିଲେ ମହିଳା….

ୱାଶିଂଟନ : ମହିଳାମାନେ ନିଜକୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାରର ପଦ୍ଧତି ଆପଣାଇଥାନ୍ତି । କିନ୍ତୁ ଜଣେ ମହିଳାଙ୍କ ଉପରେ ମହଙ୍ଗା ପଡିଛି । ହେୟାର ଷ୍ଟ୍ରେଟନିଙ୍ଗ କମ୍ପାନୀ ଏଲ୍‌. ଓରିଅଲ୍ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଏହି ସାମ୍ପୋ ବ୍ୟବହାର କରିବା ଦ୍ୱାରା ସେ ଗର୍ଭାଶୟ କ୍ୟାନ୍ସରର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏ ଘଟଣା ନେଇ ମହିଳାଙ୍କ ଓକିଲ ସୂଚନା ଦେଇଛନ୍ତି । ଏମିତି ଏକ ଘଟଣା ସାମନାକୁ ଆସିଛି ଆମେରିକାର ୱାଶିଂଟନ ସହରରୁ । ଗତ ୨ ଦଶନ୍ଧି ଧରି ମିଶେଲ ନାମକ ଏହି ମହିଳାଜଣକ ଏଲ୍‌. ଓରିଅଲ୍ କମ୍ପାନୀର ହେୟାର ଷ୍ଟ୍ରେଟନିଙ୍ଗ ପ୍ରଡକ୍ଟ ବ୍ୟବହାର କରୁଛନ୍ତି ।

ତେଣୁ ଏଥିପାଇଁ ତାଙ୍କୁ ଗର୍ଭାଶୟ କ୍ୟାନ୍ସରର ଶିକାର ହେବାକୁ ପଡିଛି ବୋଲି ଅଭିଯୋଗ କରିଛନ୍ତି । ମିସେଲଙ୍କ ଭଳି ଅନେକ ମହିଳା ସେମାନଙ୍କ ପାଇଁ ବଜାରକୁ ଆସିଥିବା ଏପରି ଭୟାନକ ପ୍ରଡକ୍ଟର ଶିକାର ହେଉଛନ୍ତି । ତେଣୁ ଏବେ ଫ୍ରାନ୍ସର ସୌନ୍ଦର୍ଯ୍ୟ ପ୍ରଡକ୍ଟ କମ୍ପାନୀ ଏଲ୍‌. ଓରିଅଲ୍‌ର ଆମେରିକାରେ ଥିବା ଶାଖାକୁ ଏହାର କ୍ଷତିପୂରଣ ମାଗିଛନ୍ତି ମିସେଲ ଓକିଲ ବେନ କ୍ରମ୍ପ । ତେବେ ଏହି ଘଟଣାର ଶିକାର ହେବାରେ ମିସେଲ ପ୍ରଥମ ନୁହେଁ । ଏଭଳି ଅନେକ ମାମଲାରୁ ସେ ଜଣେ ବୋଲି କହିଛନ୍ତି ଓକିଲ । ନିଜ ଲାଭ ଏବଂ ବ୍ୟବସାୟ ବୃଦ୍ଧି କରିବା ପାଇଁ ମହିଳାଙ୍କୁ ନିଜର ଟାର୍ଗେଟ କରିଛି ଏହି କମ୍ପାନୀ ବୋଲି ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking