18.1 C
Bhubaneswar
Thursday, January 9, 2025
Homeଅପରାଧରାକ୍ଷସୀ ପାଲଟିଲା ବଡ ମା: ଗୁଣିଗାରେଡି ସନ୍ଦେହରେ ନେଲା ନିଜ ୮ ବର୍ଷ ପୁତୁରାର ଜୀବନ

ରାକ୍ଷସୀ ପାଲଟିଲା ବଡ ମା: ଗୁଣିଗାରେଡି ସନ୍ଦେହରେ ନେଲା ନିଜ ୮ ବର୍ଷ ପୁତୁରାର ଜୀବନ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏଭଳି ଏକ ନାରକୀୟ କାଣ୍ଡ । ଆଉ ନାରକୀୟକାଣ୍ଡ ପଛରେ ରହିଥିଲା ଜଣେ ନାରୀର ହାତ। ଜଣେ ମା’ ର ହାତ । ଏ ହେଉଛି ମୟୁରଭଞ୍ଜ ତିରିଂ ଥାନା ବିଂଝୁଆ ଗ୍ରାମର କଥା । ବିଂଝୁଆ ଗ୍ରାମର କାରୁ ସୋରେନଙ୍କ ଏକମାତ୍ର ଅଲିଅଳି ପୁଅ ଜଗନ୍ନାଥ । ବୟସ ମାତ୍ର ଆଠ ବର୍ଷ । ପ୍ରଥମ ଶ୍ରେଣୀର ଛାତ୍ର ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଥିଲା ଅନେକ ପ୍ରତିଭା । ଖେଳକୁଦ ବୟସରେ ଜାଣିନଥିଲା ହିଂସା କପଟ । ତାଙ୍କୁ ନେଇ ବାପା-ମା ଦେଖିଥିଲେ ଅନେକ ସ୍ୱପ୍ନ । ହେଲେ ଅନ୍ଧବିଶ୍ୱାସରେ ବଳି ପଡିଲା ପୁଅ ଜଗନ୍ନାଥ । ପୁଅର ତଣ୍ଟିଚିପି ହତ୍ୟା କଲା ନିର୍ଦ୍ଧୟା ନିଷ୍ଠୁର ବଡ଼ ମା’ । ନିଜ ଜାଆକୁ ଡାହାଣୀ ସନ୍ଦେହ କରି ଜାଆର ୮ବର୍ଷର ପୁଅ ଜଗନ୍ନାଥ ସୋରେନକୁ ହତ୍ୟା କଲା ପିଶାଚ ବଡ଼-ମା ତୁଳସୀ ସୋରେନ । ନିଜ ସ୍ୱାମୀ, ପୁଅ ଓ ଦିଅରର ମୃତ୍ୟୁ ଜାଆଙ୍କ ଗୁଣି ଗାରେଡି ଯୋଗୁଁ ହୋଇଥିବା ସନ୍ଦେହ କରି ତାଙ୍କ ପରିବାର ଉପରେ ରାଗ ରଖିଥିଲେ ତୁଳସୀ । ଆଉ ଟାର୍ଗେଟ କରିଥିଲେ ତାଙ୍କ ଏକମାତ୍ର ପୁଅ ଜଗନ୍ନାଥକୁ ।

ଗୁଣିଗାରେଡି ଓ ଅନ୍ଧବିଶ୍ୱାସର ଏତେ ବଶବର୍ତ୍ତୀ ହୋଇଯାଇଥିଲେ ଯେ ତୁଳସୀ ପ୍ରତିଶୋଧ ପରାୟଣ ହୋଇ ରାକ୍ଷସ ପାଲଟିଯାଇଥିଲେ । ବୁଧବାର ରାତିରେ ଗାଁରେ ଚାଲିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଉ ସେହି କାର୍ଯ୍ୟକ୍ରମ ଦେଖିବାକୁ ଯାଉଥିବା ବେଳେ ପୁତୁରାକୁ ଏକା ପାଇ ମୁହଁରେ ଚାପି ଧରି ଛାତିରେ ବସି ତଣ୍ଟି ଚିପି ହତ୍ୟା କରିଥିଲେ ବଡ଼-ମା । ଜଣେ ନାରୀ ହୋଇ ମଧ୍ୟ ଛୋଟ ଶିଶୁର ନୃଶଂସ ଭାବେ ତଣ୍ଟି ଚିପି ହତ୍ୟା କଲା । ଆଉ ମାରିଦେବା ପରେ ବାଡ଼ି ପଛପଟ ନିଛାଟିଆ ଜାଗାରେ ମୃତଦେହ ଫୋପାଡ଼ି ଦେଇଥିଲା । ସକାଳୁ ସ୍ଥାନୀୟଲୋକେ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଥିବା ବେଳେ ପରେ ଶିଶୁଟିର ହତ୍ୟାକାରୀ ନିଜ ବଡ଼ ମା ବୋଲି ଜଣାପଡିଥିଲା । ତିରିଂ ଥାନା ପୋଲିସ ଅଭିଯୁକ୍ତ ବଡ଼ ମା ତୁଳସୀ ସୋରେନଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking