23.1 C
Bhubaneswar
Friday, January 10, 2025
Homeଅପରାଧଲୋନ୍ ଦେବା ଆଳରେ ୧୮ ଲକ୍ଷ ଠକେଇ, କର୍ମଚାରୀ ଗିରଫ

ଲୋନ୍ ଦେବା ଆଳରେ ୧୮ ଲକ୍ଷ ଠକେଇ, କର୍ମଚାରୀ ଗିରଫ

ଭୁବନେଶ୍ୱର: ବାଜାଜ୍ ଫାଇନାନ୍ସରେ ବିଭିନ୍ନ ଅଫର ରହିଥିବା ଇଲେକ୍ଟୋନୀକ୍ସ ପ୍ରଡକ୍ଟର ଲୋନ କରାଇନେବାକୁ କହି ଲୋକଙ୍କ ଠାରୁ ଡକ୍ୟୁମେଣ୍ଟ ଆଣି କମ୍ପାନୀରୁ ୧୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କମ୍ପାନୀର କର୍ମଚାରୀକୁ ଗିରଫ କଲା କ୍ୟାପିଟାଲ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, କଟକ ଜିଲ୍ଲା ନୂଆଁପଡ଼ାର ସୁବ୍ରତ ପାସୱାତ୍ । ତାରସହଯୋଗୀ ଦଲାଲ ଫେରାର ରହିଥିବା ଜଣାପଡ଼ିଛି । ସୂଚନା ଥାଉକି, ବାପୁଜୀନଗର ବାଜାଜ୍ ଫାଇନାନ୍ସରେ ଅଭିଯୁକ୍ତ ସେଲ୍ସ କର୍ମଚାରୀଭାବେ କାର୍ଯ୍ୟରତ । ଏବେ ଦିପାବଳୀ ସମୟରେ ବିଭିନ୍ନ କମ୍ପାନୀ, ଫାଇନାନ୍ସ କମ୍ପାନୀ ମାନରେ ଅଫର ଚାଲୁରହିଛି ।

ଯାହାଫଳରେ ବିଭିନ୍ନ ଲୋକ ଏହି ଅଫର ପାଇବା ଆସାରେ ଓ ସସ୍ତାରେ ସାମଗ୍ରୀ କିଣିବା ପାଇଁ ବିଭିନ୍ନ କମ୍ପାନୀ, ଫାଇନାନ୍ସ କମ୍ପାନୀରୁ ଲୋନ ଉଠାଇଥାନ୍ତି । ଏହାର ଫାଇଦା ଉଠାଇଛି ଜଣେ ବାଜାଜ୍ ଫାଇନାନ୍ସ କମ୍ପାନୀର କର୍ମଚାରୀ । ସେ ତାର ଜଣେ ଦଲାଲ ସହଯୋଗୀ ସହ ମିସି ବିଭିନ୍ନ ଲୋକଙ୍କ ଠାରୁ ସସ୍ତାରେ ଫାଇନାନ୍ସ କରାଇଦେବାକୁ ପ୍ରତିସୃତି ଦେଇ ଡକ୍ୟୁମେଣ୍ଟ ÷ଆଣି ଲୋକଙ୍କ ଡକ୍ୟୁମେଣ୍ଟର ଆଗ ଫଟୋ ଉଠାଇ ପରେ ଲୋକଙ୍କୁ ଲୋନ ହୋଇପାରିବ ନାହିଁ କହିବା ସହ ଏପଟେ କମ୍ପାନୀରୁ ୧୮ ଲକ୍ଷ ଟଙ୍କା ଚଳୁ କରି ଫେରାର ହୋଇଯାଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଓ ଲୋକଙ୍କ ଅଭିଯୋଗ ଅନୁଯାୟୀ ବାଜାଜ୍ ଫାଇନାନ୍ସର ମ୍ୟାନେଜର ପ୍ରଭାତ ରଥ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି । ହେଲେ ସହଯୋଗୀ ଦଲାଲ ରୁବା ଅଲ୍ଲୀ ଏବେବେ ପୁଲିସ ହାତରୁ ଫେରାର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking