17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଡଲାର ତୁଳନାରେ ଟଙ୍କା ପୁଣି ଦୁର୍ବଳ

ଡଲାର ତୁଳନାରେ ଟଙ୍କା ପୁଣି ଦୁର୍ବଳ

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ପୁଣି ହ୍ରାସ ପାଇଛି । ଗୁରୁବାର ଏହା ୯୦ ପଇସା କମିଥିବାବେଳେ ବର୍ତ୍ତମାନ ସର୍ବକାଳୀନ ନିମ୍ନ ଅର୍ଥାତ ୮୦.୮୬ରେ ପହଞ୍ଚିଛି । ଅର୍ଥାତ ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୦.୮୬ ଟଙ୍କା ବୋଲି ଜଣାପଡିଛି । ପୂର୍ବଦିନ ଏହା ୭୯.୯୬ ଟଙ୍କା ରହିଥିଲା । ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କର ସୁଧହାର ବୃଦ୍ଧି ଏବଂ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ନୂଆ ମୋଡ ନେବାକୁ ଯାଉଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଡଲାର-ଟଙ୍କା ବିନିମୟ ମୂଲ୍ୟ ଉପରେ ପଡୁଥିବା ଅର୍ଥଶାସ୍ତ୍ରୀମାନେ କହିଛନ୍ତି । ଇଣ୍ଟରବ୍ୟାଙ୍କ ଫରେନ୍ ଏକ୍ସଚେଞ୍ଜ୍ ମାର୍କେଟରେ ଗୁରୁବାର କାରବାର ଆରମ୍ଭ ହେବା ସମୟରେ ବିନିମୟ ମୂଲ୍ୟ ୮୦.୨୭ ଟଙ୍କା ରହିଥିଲା । ସମୟକ୍ରମେ ଏହା ୮୦.୮୬ ଟଙ୍କାକୁ ବୃଦ୍ଧି ପାଇଛି । ଆମେରିକାରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ଫେଡେରାଲ ରିଜର୍ଭ ବ୍ୟାଙ୍କ ସୁଧହାର ବୃଦ୍ଧି କରିବାକୁ ବାଧ୍ୟ ହେଉଛି ବୋଲି ଏହାର ଅଧ୍ୟକ୍ଷ ଜେରୋମି ପୱେଲ କହିଛନ୍ତି । କେବଳ ଟଙ୍କା ନୁହେଁ, ବିଶ୍ୱର ୬ଟି ବିକଶିତ ରାଷ୍ଟ୍ରର ମୁଦ୍ରା ତୁଳନାରେ ଡଲାରର ମୂଲ୍ୟ ବଢିଥିବା ଜଣାପଡିଛି । ସୂଚନାଯୋଗ୍ୟ ଡଲାର ସହ ବିନିମୟ ମୂଲ୍ୟକୁ ୮୦ ଟଙ୍କା ମଧ୍ୟରେ ସୀମିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ନିରନ୍ତର ଚେଷ୍ଟା କରିଆସୁଥିଲେ । ଏଥିପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଦେଶୀ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଥିବା ଡଲାରକୁ ମଧ୍ୟ ବିକ୍ରି କରାଯାଇଥିଲା । ଏହାସତ୍ତ୍ୱେ ବିନିମୟ ମୂଲ୍ୟ ୮୦ ଟଙ୍କା ଅତିକ୍ରମ କରିପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking