17.1 C
Bhubaneswar
Friday, January 10, 2025
Homeଓଡିଶାବଦଳୁଛି ସାଇବର ଠକେଇର ତରିକା

ବଦଳୁଛି ସାଇବର ଠକେଇର ତରିକା

ଭୁବନେଶ୍ୱର: ସାଇବର ଲୁଟେରାଙ୍କ ପାଦୃଭାବ ଦିନକୁ ଦିନ ବଢିବାରେ ଲାଗିଛି । ଭିନ୍ନ ଭିନ୍ନ ଉପାୟରେ ନୀରିହ ଲୋକ ସାଇବର ଠକାମୀର ଶୀକାର ହେଉଛନ୍ତି । ଏଥିସହ ନିଜର କଷ୍ଟ ଉର୍ପାଜିତ ଅର୍ଥକୁ ହରାଇ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜଧାନୀରେ ଭିନ୍ନ ଉପାୟରେ ଠକେଇ ନେଇ ୨ଟି ଘଟଣା ଦେଖିବାକୁ ମିଳିଛି । ଦୁର୍ଘଟଣାର ଶୀକାର ବୁଲା କୁକୁରଙ୍କୁ ସାହାର୍ଯ୍ୟ କରିବାକୁ ଯାଇ ଜଣେ ଯୁବତୀ ଠକାମୀର ଶୀକାର ହୋଇଥିବା ବେଳେ ଅନଲାଇନରେ ଗେମିଂ ଆପ ଡାଉନ ଲୋଡ କରି ଜଣେ ଶୀକ୍ଷକ ୧ ଲକ୍ଷ ୮୦ ହଜାର ଟଙ୍କା ଠକେଇର ଶୀକାର ହେବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ବୁଲା କୁକୁରକୁ ସାହାଯ୍ୟ କରି ଫସିଲେ ବିଟେକ ଛାତ୍ରୀ
ଗୁରୁବାର ଦୁର୍ଘଟଣାର ଶିକାର ଏକ ବୁଲା କୁକୁରକୁ ସାହାର୍ଯ୍ୟ କରିବାକୁ ଯାଇ ଜଣେ ଛାତ୍ରୀ ୫ ହଜାର ଟଙ୍କା ଠକାମୀର ଶୀକାର ହୋଇଛନ୍ତି । ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୁଲୁଥିବା ଏକ କୁକୁରକୁ ଆହତ ଅବସ୍ଥାରେ ଦେଖି ଶୈଳଶ୍ରୀ ବିହାର ଅଞ୍ଚଳର ବିଟେଖକ ଛାତ୍ରୀ ଆଶାବତୀ ଜେନା ଚିକିତ୍ସା କରିବାକୁ ଚାହିଁଥିଲେ । ସେ ଗୁଗୁଲରେ ଆନିମାଲ୍ କେୟାର ହେଲ୍ପ ଲାଇନ ନମ୍ବର ସର୍ଚ କରିଥିଲେ । ଏହା ପରେ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ନମ୍ବର ଆସିଥିଲା । ଉକ୍ତ ନମ୍ବରକୁ ସେ କଲ୍ କରିବାରୁ ସଦସ୍ୟ ହେବା ନେଇ ତାଙ୍କୁ ଏକ ଲିଙ୍କ୍ ପଠାଯାଇଥିଲା । ସେଥିରେ ୫ ଟଙ୍କା ପଠାଇବାକୁ କୁହାଯାଇଥିଲା । ସେ ଲିଙ୍କ୍‌କୁ କ୍ଲିକ କରିବା ପରେ ଏକ ଆପ୍ ଡାଉନଲୋଡ ହୋଇଥିଲା । ସେଥିରେ ରେଜିଷ୍ଟେସନ୍ କରି ୫ ଟଙ୍କା ପଠାଇବା ପରେ ତାଙ୍କ ବ୍ୟାଙ୍କରୁ ୫ ହଜାର ଟଙ୍କା କଟିଯାଇଥିଲା । ଏ ନେଇ ଆଶାବତୀ ସାଇବାର ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଗେମିଂ ଆପ୍‌ରେ ଫଶିଲେ ଶିକ୍ଷକ
୩ ଲକ୍ଷ ପାଇବାକୁ ଯାଇ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ଶିକ୍ଷକ ୧ ଲକ୍ଷ ୮୦ ହଜାର ସାଇବର ଠକେଇର ଶିକାର ହୋଇଛନ୍ତି । ଏନେଇ ଶିକ୍ଷକଙ୍କ ପୁଅ ଶକ୍ତି ସ୍ୱରୂପ ପତି ଭୁବନେଶ୍ୱର ସାଇବର ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି । ଶିକ୍ଷକ ଜଣକ ତାଙ୍କ ମୋବାଇଲରେ କେପିପି ମଲ୍ ଡଟ୍ କମ୍ ନାମକ ଏକ ଗେମିଂ ଆପ୍ ଡାଉନଲୋଡ କରି ଗେମ୍ ଖେଳୁଥିଲେ । ଏତିକିବେଳେ ଉକ୍ତ ଆପ୍‌ରେ ୩ ଲକ୍ଷ ଜିତିଥିବା ଶିକ୍ଷକଙ୍କୁ କୁହାଯାଇଥିଲା । ତେଣୁ ୮୦ ହଜାର ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା । ପରେ ତାଙ୍କ ପାଖକୁ ଏକ ଲିଙ୍କ୍ ପଠାଯାଇ ଉକ୍ତ ଟ୍ୟାକ୍ସକୁ ସେଥିରେ ଦେବାକୁ କୁହାଯାଇଥିଲା । ଉକ୍ତ ଲିଙ୍କକୁ ଶିକ୍ଷକ କ୍ଲିକ୍ କରିବା ପରେ ତାଙ୍କ ମୋବାଇଲରେ ଏକ ଆପ୍ ଡାଉନଲୋଡ ହୋଇଥିଲା । ଉକ୍ତ ଆପ୍‌ରେରେ ସେ ଓଟିପି ଦେବା ପରେ ତାଙ୍କ ବ୍ୟାଙ୍କ ଆକାଉ ରୁ ୧ ଲକ୍ଷ ୮୦ ହଜାର ଟଙ୍କା କଟିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking