26.1 C
Bhubaneswar
Tuesday, November 19, 2024
Homeଓଡିଶାଅକ୍ଟୋବର୧ରୁ ଏଚ୍‌ଏସ୍‌ଆର୍‌ପି ନଥିବା ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଅକ୍ଟୋବର୧ରୁ ଏଚ୍‌ଏସ୍‌ଆର୍‌ପି ନଥିବା ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡିର ନମ୍ବର ଗୁଡିକରେ ଶେଷକୁ ୧, ୨, ୩ ଏବଂ ୪ ରହିଥିବ ସେମାନଙ୍କର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍‌ଏସ୍‌ଆର୍‌ପି)ର ସମୟସୀମା ସେପ୍ଟେମ୍ବର ୩୦ରେ ଶେଷ ହେବ । ତେବେ ଗାଡିଗୁଡିକର ନମ୍ବରପ୍ଲେଟ ଲାଗି ଧାର୍ଯ୍ୟ ହୋଇଥିବା ଶେଷ ସଂଖ୍ୟାଗୁଡିକର ଏଚ୍‌ଏସ୍‌ଆର୍‌ପି ଫିଟମେଣ୍ଟ ହୋଇଛି କି ନାହିଁ ତାହାର ଯାଞ୍ଚ ପ୍ରକ୍ରିୟା ଅକ୍ଟୋବର ୧ତାରିଖରୁ ଆରମ୍ଭ ହେବ । ଯୁଗ୍ମ ପରିବହନ କମିଶନର ଦୀପ୍ତିରଞ୍ଜନ ପାତ୍ର (ଟେକ୍ନିକାଲ) କହିଛନ୍ତି ଯେ ସେପ୍ଟେମ୍ବର ୧୩ତାରିଖ ସୁଦ୍ଧା ମୋଟ୍ ୧୦ଲକ୍ଷ ୬୫ ହଜାର ୩୧୨ଗାଡିର ସ୍ଲଟ୍ ବୁକ୍ କରାଯାଇଛି ।

ସେଥିରୁ ୫୯୩,୭୧୭ ଗାଡିରେ ଏଚ୍‌ଏସ୍‌ଆର୍‌ପି ଲଗାଯାଇଛି । ଏମ୍‌ଭିର ଧାରା ୧୯୨ ଆକ୍ଟ, ୧୯୮୮ ଅଧୀନରେ ଯଦି ଉପରୋକ୍ତ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିଟି ଏଚ୍‌ଏସ୍‌ଆର୍‌ପି ସହିତ ପଞ୍ଜିକରଣ ନହୁଏ, ତେବେ ଅପରାଧୀ ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫୦୦୦ଟଙ୍କାରୁ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ । ସେହିପରି ଗାଡିର ନମ୍ବରପ୍ଲେଟର ଶେଷ ସଂଖ୍ୟା ୫ ଓ ୬ ଲାଗି ଅକ୍ଟୋବର ୩୧ତାରିଖ, ୭ ଓ ୮ ସଂଖ୍ୟା ଲାଗି ନଭେମ୍ବର ୩୦ତାରିଖ ଏବଂ ୯ ଓ ୦ ଲାଗି ଡିସେମ୍ବର ୩୧ତାରିଖ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking