30.1 C
Bhubaneswar
Monday, September 30, 2024
Homeଓଡିଶାଓଏଏସ୍ ଓ ଓଆର୍‌ଏସ୍ ସ୍ତରରେ ଅଦଳ ବଦଳ

ଓଏଏସ୍ ଓ ଓଆର୍‌ଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ୍ ଓ ଓଆର୍‌ଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଏଏସ୍ ରବିନ୍ଦ୍ର କୁମାର ପ୍ରଧାନଙ୍କୁ ଆଡିସ୍‌ନାଲ ଉପଜିଲ୍ଲାପାଳ ଭାବେ ପୁରୀକୁ ବଦଳୀ କରାଯଇଛଇି । ସେହିପରି କ୍ଷୀରୋଦ କୁମାର ବେହେରାଙ୍କୁ ପୁରୀ ତହସିଲ୍‌ଦାର, ଆଡିସ୍‌ନାଲ ଉପଜିଲ୍ଲାପାଳ ନିହାରୀକା ନାୟକଙ୍କୁ ମୋ-ସ୍କୁଲ୍‌ର ଓଏସ୍‌ଡି ଭାବେ ବଦଳୀ କରିଛନ୍ତି । ସେହିପରି ସଂକଳ୍ପ ସ୍ୱାସ୍ତିକ୍ ସାହୁଙ୍କୁ ବାରଙ୍ଗ ତହସିଲ୍‌ଦାର ଭାବେ ନିଯୁକ୍ତ ମିଳିଛି । ଓଏଏସ୍ ମାନସ ରଞ୍ଜନ ଭୋଇଙ୍କୁ କଟକ ତହସିଲ୍‌ଦାର, ଓଏଏସ୍ ଜନ୍ମଜୈୟ ସାହୁଙ୍କୁ ଟାଙ୍ଗୀ ତହସିଲ୍‌ଦାର ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ୪ଜଣ ଓଆର୍‌ଏସ୍ ଅଧିକାରୀ ଆତୁତୋଷ ଦେ, ପ୍ରତୀକ ପଟ୍ଟନାୟକ, ରଞ୍ଜନ ବେହରା ଓ ରାକେଶ କୁମାର ପଣ୍ଡାଙ୍କୁ ପୁରୀ ଜିଲ୍ଲା ଆସିଷ୍ଟାଣ୍ଡ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ଓଆରଏସ୍ ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ପୁରୀ ଜିଲ୍ଲାକୁ ଅତିରିକ୍ତ ତହସିଲ୍‌ଦାର ଭାବେ ନିଯୁକ୍ତ କରାଯାଇଛି । ଓଆର୍‌ଏସ୍ ନିଶା ଗେୱଁକାଙ୍କୁ ପିପିଲ ତହସିଲ୍‌ଦାର ଭାବେ ନିଯୁକ୍ତ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking