19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଅଦ୍ୱିତୀୟ ରାଧା ପାର୍ଥସାରଥୀ ମନ୍ଦିର, ଜାଣନ୍ତୁ ଏହାର ଇତିହାସ

ଅଦ୍ୱିତୀୟ ରାଧା ପାର୍ଥସାରଥୀ ମନ୍ଦିର, ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀ ଅନ୍ତର୍ଗତ ପୂର୍ବ କୈଳାସ । ଏଠାରେ ରହିଛି ଏକ ଭବ୍ୟ କୃଷ୍ଣ ମନ୍ଦିର ।  ଶ୍ରୀ ଶ୍ରୀ ରାଧା ପାର୍ଥସାରଥୀ ମନ୍ଦିର ଭାବେ ପରିଚିତ ଏହି କୃଷ୍ଣ ମନ୍ଦିରକୁ ଅନେକେ  ‘ହରେ ରାମ ହରେ କୃଷ୍ଣ’ ମନ୍ଦିର ନାମରେ ମଧ୍ୟ ଜାଣନ୍ତି । ଏ.ସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ୍‌ ସୋସାଇଟି ଅଫ କ୍ରିଷ୍ଣା କନସସ୍‌ନେସ  (ଇସକନ୍‌) ଆନୁକୂଲ୍ୟରେ ଏହି ଭବ୍ୟ ମନ୍ଦିରଟିକୁ ତିଆରି କରିଥିଲେ ବିଶିଷ୍ଟ  ଭାସ୍କର୍ଯ୍ୟ ଶିଳ୍ପୀ ଅଚ୍ୟୁତ କଣଭିନ୍ଦେ । ଇସ୍କନ ଅନୁଗାମୀ କୃଷ୍ଣପ୍ରେମୀଙ୍କ ପାଇଁ ସେ  ଏହାକୁ ବିନା ପାରିଶ୍ରମିକରେ ରୂପ ଦେବାକୁ ସମ୍ମତ ହୋଇଥିଲେ । ୧୯୯୮ରେ  ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହୋଇଥିଲା ।

ରାଧା ପାର୍ଥସାରଥୀ ମନ୍ଦିରଟି ଏକ ଛୋଟ ପାହାଡ଼ ଉପରେ ଅବସ୍ଥିତ ।  ପାହାଡ଼ର ଅଗ୍ରଦେଶରୁ ପ୍ରାୟ ୯୮ଫୁଟ୍‌ ଉଚ୍ଚର ଏହି ମନ୍ଦିରର ନିର୍ମାଣ ଶୈଳୀରେ  ପ୍ରାଚୀନ ତଥା ଆଧୁନିକ ଭାସ୍କର କଳାର ଅପୂର୍ବ ମିଶ୍ରଣ ଦେଖିବାକୁ ମିଳେ ।  ମନ୍ଦିର ପରିସର ବ୍ୟାପ୍ତ । ଏହି ପରିସରରେ ବୈଦିକ ଶିକ୍ଷା କେନ୍ଦ୍ର ରହିଥିବାବେଳେ ଏହାର ପୁସ୍ତକାଳୟ ଅନିସନ୍ଧିତ୍ସୁମାନଙ୍କ ପାଇଁ ଆକର୍ଷଣକାରୀ ।

କେବଳ ଏତିକି ନୁହେଁ,  ଏହାର ପରିସରରେ ଦେଖିବାକୁ ମିଳେ ଏକ ସଂଗ୍ରହାଳୟ । ଭକ୍ତମାନଙ୍କ  ପାଇଁ ଏଠାରେ ‘ରାମାୟଣ’ ତଥା ‘ମହାଭାରତ’ଭଳି ମହାକାବ୍ୟର  ଅତ୍ୟାଧୁନିକ ମଲ୍‌ଟିମିଡିଆ ଶୋ’ର ବ୍ୟବସ୍ଥା ରଖାଯାଇଛି । ଆହୁରି  ଅନେକ ପ୍ରକାର ବିକ୍ରୟ କେନ୍ଦ୍ର,ନିର୍ଝରଣୀ ମନ୍ଦିର ଆକର୍ଷଣକୁ ବଢ଼ାଉଛି ।  ତେବେ ରାଧା ପାର୍ଥସାରଥୀ ମନ୍ଦିର ବିଶ୍ୱାଦୃତ ହୋଇପାରିଛି ଏଠାରେ ଥିବା  ଶ୍ରୀମଦ ଭଗବଦ୍‌ ଗୀତା ପୁସ୍ତକ ପାଇଁ । ପୁସ୍ତକଟିର ଓଜନ ୮ଶହ କିଲୋଗ୍ରାମ । ବିଶ୍ୱର ସବଁବୃହତ ଛାପା ଧାର୍ମିକ ପୁସ୍ତକ ଭାବେ ଏହାର ରେକର୍ଡ ରହିଛି ।  ସଦାସର୍ବଦା ହରେକୃଷ୍ଣ ନାମ ଗୁଂଜରଣରେ ପ୍ଲାବିତ ଦିଲ୍ଲୀ ଇସ୍କନ ମନ୍ଦିରଟି ଉଭୟ ମାନସିକ, ଆତ୍ମିକ ଶାନ୍ତି ଲାଭର ଅନ୍ୟତମ ପ୍ରକୃଷ୍ଟ ସ୍ଥଳୀ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking