22.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶବେଙ୍ଗାଲୁରୁରେ ସ୍ଥିତି ଅପରିବର୍ତ୍ତିତ: ଜଳମଗ୍ନ ସଡ଼କରେ କରେଣ୍ଟ ଲାଗି ଯୁବତୀ ମୃତ

ବେଙ୍ଗାଲୁରୁରେ ସ୍ଥିତି ଅପରିବର୍ତ୍ତିତ: ଜଳମଗ୍ନ ସଡ଼କରେ କରେଣ୍ଟ ଲାଗି ଯୁବତୀ ମୃତ

ବେଙ୍ଗାଲୁରୁ :ଭୀଷଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇପଡ଼ିଥିବା ଦେଶର ସିଲିକନ୍ ସିଟି ବେଙ୍ଗାଲୁରୁର ଅବସ୍ଥା ତୃତୀୟ ଦିନ ମଧ୍ୟ ଅପରିବର୍ତ୍ତିତ ରହିଛି । ଅବସ୍ଥା ଏପରି ହୋଇଛି ଯେ ସୁଦୃଶ୍ୟ ବଙ୍ଗଳା ଏବଂ ଲେକ୍ସସ୍‌, ବେଣ୍ଟଲ୍‌, ବିଏମ୍‌ଡବ୍ଲୁ ଏବଂ ରେଞ୍ଜ ରୋଭର୍ ପରି ଲଗ୍‌ଜୁରୀ କାର୍ ପାଣିରେ ଅଧା ବୁଡ଼ି ରହିଛି । ବର୍ତ୍ତମାନ ସୁଦ୍ଧା ୫ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଆଇଟି କମ୍ପାନୀଗୁଡ଼ିକ ମଧ୍ୟ ୱାର୍କ ଫ୍ରମ୍ ହୋମ୍‌ର ଘୋଷଣା କରିଛନ୍ତି । ବର୍ଷା ୯୦ ବର୍ଷର ରେକର୍ଡ ଭାଙ୍ଗିଥିବା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି । ଲଗାତାର ବର୍ଷା କାରଣରୁ ବିଦ୍ୟୁତ୍ ଏବଂ ପିଇବାପାଣି ଯୋଗାଣ ବନ୍ଦ ହୋଇଯାଇଛି । ଜରୁରୀ ସାମଗ୍ରୀ ଯୋଗାଣ ପାଇଁ ଡଙ୍ଗାର ସହାୟତା ନିଆଯାଉଛି । ଦୁଇଦିନ ଧରି ଟ୍ରାଫିକ୍ ଜାମ୍ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ ୪୩୦ ଘର ସମ୍ପୂର୍ଣ୍ଣ ଏବଂ ଅନ୍ୟ ୨୧୮୮ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୨୫୫ କିମି ସଡ଼କ, ପୋଲ, ବିଦ୍ୟୁତ୍ ଖୁଣ୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଇତିମଧ୍ୟରେ ଜଣେ ଆଇଟି କମ୍ପାନୀ ସିଇଓ ନିଜ ପରିବାର ସହ ଟ୍ରାକ୍ଟରରେ ଜିନିଷପତ୍ର ଲଦି ଘର ଛାଡ଼ି ଅନ୍ୟ ସ୍ଥାନକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସୋମବାର ରାତିରେ ସ୍କୁଟିରୁ ଜଳମଗ୍ନ ସଡ଼କରେ ସ୍କୁଟିରୁ ଖସିପଡ଼ିଥିବା ଜଣେ ଯୁବତୀଙ୍କର କରେଣ୍ଟ ଲାଗିବା କାରଣରୁ ମୃତ୍ୟୁ ଘଟିଛି । ମୃତ ଯୁବତୀଙ୍କ ନାମ ଅଖିଳା । ସେ କାର୍ଯ୍ୟସାରି ରାତି ସାଢ଼େ ୯ଟା ବେଳେ ଘରକୁ ଫେରୁଥିବା ବେଳେ ଜଳମଗ୍ନ ସଡ଼କରେ ତାଙ୍କ ସ୍କୁଟି ବନ୍ଦ ହୋଇଯାଇଥିଲା ।

ଫଳରେ ସେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଅଚାନକ ଏକ ଗାତରେ ଗୋଡ଼ ପଶିଯିବା ଫଳରେ ସେ ଖସିପଡ଼ିଥିଲେ ଏବଂ ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧରିପକାଇବା ମାତ୍ରେ କରେଣ୍ଟ ଲାଗିଯାଇଥିଲା । ସାହାଯ୍ୟ ପାଇଁ ସେ ଚିତ୍କାର କରିଥିଲେ ମଧ୍ୟ ଆଣ୍ଠୁଏ ପାଣିରେ ତାଙ୍କୁ ସାହାଯ୍ୟ କରିବାକୁ କେହି ସାହସ କରିନଥିଲେ । ବିଦ୍ୟୁତ୍ ତାର କଟାଯିବା ବେଳକୁ ତାଙ୍କର ପ୍ରାଣ ଚଲିଯାଇଥିଲା । ପରିବାର ଲୋକେ ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking