18.1 C
Bhubaneswar
Saturday, November 23, 2024
Homeଓଡିଶାପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ

ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ

ଭୁବନେଶ୍ବର: ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ । ଆକ୍ରାନ୍ତ ପଶୁଙ୍କୁ ଅନ୍ୟ ଗୃହପାଳିତ ପଶୁଙ୍କ ଠାରୁ ଅଲଗା ରଖିବାକୁ ପ୍ରାଣୀପାଳକଙ୍କୁ ଟ୍ବିଟ କରି ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ । ଟ୍ବିଟ ଯୋଗେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ”ଲମ୍ପିଂ ନାମକ ଏକ ଚର୍ମ ରୋଗ ରାଜ୍ୟରେ ଗତ ୨୦୧୯ ମସିହାରେ ଦେଖାଦେଇଥିଲା । ଏହା ପରଠାରୁ ଏବେ ଯାଏଁ ଆଉ ଚିହ୍ନଟ ହୋଇନାହିଁ । ଯେତେବେଳେ ଏହା ଚିହ୍ନଟ ହୋଇଥିଲା ବିଭାଗ ପକ୍ଷରୁ ଉଚିତ୍‌ ପଦକ୍ଷେପ ନିଆଯାଇ ୩୦୦୦ରୁ ଊର୍ଦ୍ଧ୍ବ ପ୍ରାଣୀଙ୍କୁ ଟୀକାକରଣ କରିଥିଲା । ଏବେ ସମସ୍ତ ଜିଲ୍ଲାର CDVOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏହି ରୋଗର କୌଣସି ଲକ୍ଷଣ ପଶୁମାନଙ୍କ ଶରୀରରେ ଦେଖାଗଲେ ତୁରନ୍ତ ସୂଚିତ କରିବେ, ଏହାପରେ ବିଭାଗ ପକ୍ଷରୁ ଉଚିତ ପଦକ୍ଷପ ନିଆଯିବ” । ଏଥି ସହ କେହି ଭୟଭୀତ ନହୋଇ ସଜାଗ ଓ ସତର୍କ ରହିବାକୁ କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

୨୦୧୯ ମସିହାରେ ଜଗତସିଂହପୁର 8ଟି ବ୍ଲକରେ ଲମ୍ପି ସ୍କିନ ରୋଗର ଆତଙ୍କ ଦେଖା ଦେଇଥିଲା । ଯାହାକୁ ନେଇ ଗୋପାଳନ କରୁଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଥିଲା । ଏହି ରୋଗ, ଏକ ବିଦେଶାଗତ ରୋଗ ହୋଇଥିବାରୁ ଏହାର ନିରାକରଣ ପାଇଁ ସେ ସମୟରେ କୌଣସି ପ୍ରତିଷେଧକ ବ୍ୟବସ୍ଥା ନଥିଲା । ଫଳରେ ପ୍ରତ୍ୟେକ ଦିନ ଶହ ଶହ ଗୋରୁ ଗାଈ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଥିଲେ ।

ବିଶେଷଜ୍ଞଙ୍କ ମତରେ ମଣିଷ ଯେପରି ବସନ୍ତ ରୋଗରେ ପୀଡିତ ହୋଇଥାଏ । ସେହିପରି ଗାଈ ଗୋରୁଙ୍କୁ ଲମ୍ପ ସ୍କିନ ବା ଚର୍ମ ଫୋଟକା ଦେଖା ଦେଇଥାଏ । ଏହି ରୋଗ ଆରମ୍ଭ ହେଲେ ପ୍ରଥମେ ଗାଈ ଗୋରୁଙ୍କ ଦେହରେ ବିରିବିରି ହୋଇ ଫଳିଯାଏ । ଜ୍ବର ଆସେ ଓ ଗୋଡ ଫୁଲିଯାଇଥାଏ। କ୍ରମଶଃ ଦେହରେ ଫୋଟକା ହୋଇ ମାଂସ ଗଳି ପଡେ । ଏହାପରେ ଗାଈର ମୃତ୍ୟୁ ହୋଇଥାଏ । ଏହାର ନିରାକରଣ ଔଷଧ କିଛି ନଥିବା ବେଳେ ପ୍ରତିଷେଧକ ଭାବରେ ହାୟର ଆଣ୍ଟିବାୟୋଟିକ ପ୍ରୟୋଗ କରାଯାଇ କ୍ଷତକୁ ସୁଖାଇବା ପାଇଁ ପ୍ରୟାସ କରାଯାଇଥାଏ ।

ସୂଚନା ଅନୁଯାୟୀ, ଏବେ ଦେଶର ଅନେକ ରାଜ୍ୟରେ ପଶୁମାନେ ଲମ୍ପିଂ ସ୍କିନରେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି । ଏଥି ସହ ରୋଗ ଦ୍ଵାରା ଅନେକ ମଧ୍ୟ ପଶୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking