30.1 C
Bhubaneswar
Monday, September 30, 2024
Homeମନୋରଞ୍ଜନ‘ମହାରାଣୀ’ ସିରିଜ୍ ବଦଳାଇ ଦେଇଥିଲା ହୁମାଙ୍କ କ୍ୟାରିୟର୍, ଅଭିନୟକୁ ନେଇ ଏମିତି କହିଲେ ଅଭିନେତ୍ରୀ

‘ମହାରାଣୀ’ ସିରିଜ୍ ବଦଳାଇ ଦେଇଥିଲା ହୁମାଙ୍କ କ୍ୟାରିୟର୍, ଅଭିନୟକୁ ନେଇ ଏମିତି କହିଲେ ଅଭିନେତ୍ରୀ

ମୁମ୍ବାଇ : ୨୦୧୨ ମସିହାରେ ‘ଗ୍ୟାଙ୍ଗ୍‌ସ ଅଫ୍‌ ୱାସେପୁର’ ଫିଲ୍ମ  ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ  ହୁମା କ୍ୟୁରେଶୀ । ସେଥିରେ ସେ ପାର୍ଶ୍ୱ ଅଭିନେତ୍ରୀ ଭୂମିକାରେ ନଜର ଆସିଥିବାବେଳେ ତାଙ୍କର ଅଭିନୟକୁ କିନ୍ତୁ ଜୋରଦାର ପ୍ରଶଂସା ମିଳିଥିଲା । ଏପରିକି ସେବର୍ଷ ସେ ଶ୍ରେଷ୍ଠ ନବାଗତା ଭାବେ  ଫିଲ୍ମଫେୟାର ପୁରସ୍କାର ପାଇଁ ନୋମିନେସନ୍‌  ହାସଲ କରିଥିଲେ । ତା’ ପରେ ହୁମା  ‘ଲଭ୍‌ ଶଭ ତେ ଚିକେନ୍‌ ଖୁରନା’,  ‘ଏକ୍‌ ଥି ଡାୟନ୍‌’, ‘ଡି-ଡେ’, ‘ଦେଢ଼  ଇସ୍କିୟାଁ’, ‘ଜଲି ଏଲ୍‌ଏଲ୍‌ବି ୨’,  ‘ବେଲ ବଟମ୍‌’ ଭଳି ଫିଲ୍ମରେ ନଜର  ଆସିଥିଲେ ।

ତେବେ ୨୦୨୧ରେ ରିଲିଜ୍‌  ହୋଇଥିବା ୱେବ୍‌ସିରିଜ୍‌ ‘ମହାରାଣୀ’ ତାଙ୍କ ଜୀବନର ଗତିପଥକୁ ବଦଳାଇ  ଦେଇଥିଲା । ନିକଟରେ ତା’ର ଦ୍ୱିତୀୟ  ଭାଗ ରିଲିଜ୍‌ ହୋଇଥିବାବେଳେ  ସେଥିରେ ତାଙ୍କର ଉଚ୍ଚକୋଟୀର  ଅଭିନୟକୁ ବି ଖୁବ୍‌ ପ୍ରଶଂସା ମିଳୁଛି ।  ଏହି ଅବସରରେ ଏକ ସାକ୍ଷାତକାରରେ  ହୁମା କହିଛନ୍ତି, ‘ମହାରାଣୀ’  ସିରିଜ୍‌ ମୋ’ କ୍ୟାରିୟର ଲାଗି ଟର୍ଣ୍ଣିଂ  ପଏଣ୍ଟ ଥିଲା । ସେଥିରେ ନିରକ୍ଷର ରାଣୀ  ଭାରତୀ ଚରିତ୍ରରେ ଅଭିନୟ ମୋ’ ପାଇଁ  ଖୁବ୍‌ ଚାଲେଞ୍ଜିଂ ଥିବାବେଳେ ଦର୍ଶକମାନେ  ତାକୁ ପ୍ରଶଂସା କରିଥିଲେ । ସେହି  ସିରିଜ୍‌ ପରେ ଫିଲ୍ମ ନିର୍ମାତାମାନଙ୍କର ମୋ’ ପ୍ରତି  ଆଭିମୁଖ୍ୟ ମଧ୍ୟ ବଦଳିଯାଇଛି । ସେମାନେ  ମୋତେ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ।  ତେଣୁ ଏବେ ମୋତେ ଆହୁରି ସଶକ୍ତ  ଭୂମିକା ମିଳୁଛି ।

ୱାର୍କଫ୍ରଣ୍ଟ କଥା  କହିବାକୁ ଗଲେ ହୁମାଙ୍କୁ ଆଗକୁ  ‘ମୋନିକା, ଓ ମାଇଁ ଡାର୍ଲିଂ’,  ‘ଡବଲ ଏକ୍ସଏଲ୍‌’ ‘ପୂଜା ମେରି  ଜାନ୍‌’ ପ୍ରଭୃତି ଫିଲ୍ମରେ  ଦେଖିବାକୁ  ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking