27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମାଗଣା ପ୍ରତିଶ୍ରୁତିରେ ମାଗଣାର ପ୍ରଶ୍ନ ଉଠୁନି: ରିଜର୍ଭ ବ୍ୟାଙ୍କ କମିଟି ସଦସ୍ୟା ଅସୀମାଙ୍କ ଦାବି

ମାଗଣା ପ୍ରତିଶ୍ରୁତିରେ ମାଗଣାର ପ୍ରଶ୍ନ ଉଠୁନି: ରିଜର୍ଭ ବ୍ୟାଙ୍କ କମିଟି ସଦସ୍ୟା ଅସୀମାଙ୍କ ଦାବି

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଭୋଟରଙ୍କୁ ଆକର୍ଷିତ କରିବାକୁ ଯେଉଁ ମାଗଣା ପ୍ରତିଶ୍ରୁତି ଦେଇଥାନ୍ତି, ସେଥିରେ ମାଗଣାର ପ୍ରଶ୍ନ ନଥାଏ ବୋଲି ରିଜର୍ଭ ବ୍ୟାଙ୍କର ଏମ୍‌ପିସି (ମନିଟାରୀ ପଲିସୀ କମିଟି) ସଦସ୍ୟା ଅସୀମା ଗୋୟଲ କହିଛନ୍ତି । ତେଣୁ ଭୋଟରଙ୍କୁ ପ୍ରଲୋଭିତ କରିବା ସମୟରେ ରାଜନୈତିକ ଦଳ ଏଭଳି ପ୍ରତିଶ୍ରୁତିର ଆର୍ôଥକ ପ୍ରଭାବ ସମ୍ପର୍କରେ ଅବଗତ କରାଇବା ଜରୁରୀ ବୋଲି ସେ କହିଛନ୍ତି । ଏହାଫଳରେ ଭୋଟରଙ୍କ ମନରୁ ମାଗଣା ମିଳିବା ଆଶା ଅନେକାଂଶରେ ଦୂର ହୋଇପାରିବ ଏବଂ ସେମାନେ ଏହି ଜାଲ୍‌ରେ ଛନ୍ଦି ହେବେ ନାହିଁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବିଭିନ୍ନ ସେବା ଓ ସାମଗ୍ରୀ ଉପରେ ମାଗଣା ପ୍ରତିଶ୍ରୁତି ଦିଆଯିବା ଦ୍ୱାରା ପରୋକ୍ଷରେ ଏହା ଲୋକଙ୍କ ଆର୍ôଥକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି । ବିଶେଷକରି ସବ୍‌ସିଡି ଘୋଷଣା କରାଯାଉଥିବାରୁ ଏହା ସଂପୃକ୍ତ ସାମଗ୍ରୀର ମୂଲ୍ୟ ଉପରେ କୁପ୍ରଭାବ ପକାଉଥିବା ସେ କହିଛନ୍ତି । ଏହି ପ୍ରସଙ୍ଗରେ ସେ ପଞ୍ଜାବରେ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯାଉଥିବାର ଉଦାହରଣ ଦେଇଛନ୍ତି । ଗୋଟିଏପଟେ ବିଜୁଳି ଦରରେ ରିଆତି ମିଳୁଥିବାବେଳେ ଅନ୍ୟପଟରେ ଏହା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଅବସ୍ଥାକୁ ପ୍ରଭାବିତ କରୁଥିବା ସେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଟିକସଦାତାଙ୍କ ଅର୍ଥରେ କେତେକ ରାଜ୍ୟ ସରକାର ଶସ୍ତା ଲୋକପ୍ରିୟତା ଅର୍ଜନ କରୁଥିବା ମୋଦୀ ଆକ୍ଷେପ କରିଛନ୍ତି ।

ଏହାଦ୍ୱାରା ଅର୍ଥନୈତିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହିତ ‘ଆତ୍ମନିର୍ଭର’ ଯୋଜନା ବାଧାପ୍ରାପ୍ତ ହେଉଛି ବୋଲି ମୋଦୀ କହିଛନ୍ତି । ଏହି ପ୍ରସଙ୍ଗରେ ମୋଦୀ ମୁଖ୍ୟତଃ ଆପ୍ (ଆମ ଆଦ୍‌ମୀ ପାର୍ଟି)କୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀ ଓ ପଞ୍ଜାବ ପରେ ଆପ୍ ବର୍ତ୍ତମାନ ଗୁଜରାଟବାସୀଙ୍କୁ ମାଗଣା ବିଜୁଳି ଓ ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଉଥିବା ସେ କହିଛନ୍ତି । ମାଗଣା ପ୍ରତିଶ୍ରୁତି ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଧ୍ୟ ଘୋର ଉଦବେଗ ପ୍ରକାଶ କରିସାରିଛନ୍ତି । ନିର୍ବାଚନ ସମୟରେ ଭୋଟରଙ୍କୁ ଦିଆଯାଉଥିବା ମାଗଣା ପ୍ରତିଶ୍ରୁତିକୁ ଯାଞ୍ଚ କରିବାକୁ ସ୍ୱତନ୍ତ୍ର ସଂସ୍ଥା ଗଠନ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ସଂପ୍ରତି ରପ୍ତାନୀ ପ୍ରସଙ୍ଗରେ ଭାରତର ଅବଦାନ ସେତେଟା ଉଲ୍ଲେଖନୀୟ ହୋଇନଥିବା ସତ୍ତ୍ୱେ ଆର୍ôଥକ ସଂସ୍କାର ଜରିଆରେ ଭାରତ ନିଜର ସ୍ଥିତି ଦୃଢ କରିପାରୁଥିବା ଅସୀମା କହିଛନ୍ତି । ମୁଦ୍ରାସ୍ଫିତୀକୁ ନିୟନ୍ତ୍ରଣ କରିବା ସହ ମାର୍କେଟ ଚାହିଦାକୁ ଯଥାସମ୍ଭବ ଉଜ୍ଜିବୀତ ରଖିବାରେ ଭାରତ ସରକାର ସଫଳ ହେଉଥିବା ଶୁଭ ସଙ୍କେତ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ କାହିଁକି ହ୍ରାସ ପାଉଛି ବୋଲି ପ୍ରଶ୍ନ ହେବାରୁ ଅସୀମା କହିଛନ୍ତି ଯେ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ବିକାଶଶୀଳ ରାଷ୍ଟ୍ରର ମୁଦ୍ରା ହ୍ରାସ ପାଉଛି । ଭାରତରେ ପର୍ଯ୍ୟାପ୍ତ ବିଦେଶୀ ମୁଦ୍ରା ଗଚ୍ଛିତ ଥିବାରୁ ଆଗାମୀ ଦିନରେ ଡଲାର-ଟଙ୍କା ବିନିମୟ ମୂଲ୍ୟରେ ନିଶ୍ଚିତଭାବେ ଉନ୍ନତି ଘଟିବ ବୋଲି ଅସୀମା ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking