18.1 C
Bhubaneswar
Saturday, November 16, 2024
Homeଓଡିଶା" ଆଜିର ଅନୁଚିନ୍ତା "*

” ଆଜିର ଅନୁଚିନ୍ତା “*

➡️”ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତା ମନ,ଯଦି ମନ ସଫା ନଥିବ ତେବେ ଚମକୁଥିବା ଚେହେରାର କୌଣସି ମୂଲ୍ୟ ନଥାଏ !!”
➡️”ସ୍ବର୍ଗରେ ସବୁ କିଛି ଅଛି କିନ୍ତୁ ମୃତ୍ୟୁ ନାହିଁ,ଗୀତାରେ ସବୁକିଛି ଅଛି କିନ୍ତୁ ମିଛ ନାହିଁ,ଦୁନିଆରେ ସବୁ କିଛି ଅଛି କିନ୍ତୁ କାହାରିକୁ ଶାନ୍ତି ନାହିଁ,ଆଜିର ମଣିଷ ପାଖରେ ସବୁ କିଛି ଅଛି କିନ୍ତୁ ଧୋର୍ଯ୍ଯ ନାହିଁ !!”

➡️”ଆଜି ଶରୀରରେ ଜୀବନ ଅଛି ତ ଲୋକେ ଦେଖନ୍ତି ନାହିଁ,ଯେବେ ଆତ୍ମା ବାହାରି ଯିବ ତ କୋକେଇରୁ ଚାଦର ଉଠେଇ କି ଦେଖିବେ !!”

➡️”ସମସ୍ତଙ୍କୁ ସମୟ ମିଳିଥାଏ ଜୀବନ ବଦଳାଇବାକୁ ହେଲେ କାହାକୁ ଜୀବନ ମିଳେନାହିଁ ସମୟ ବଦଳେଇବାକୁ !!”

➡️”ଗୁଣ ନଥିଲେ ରୁପ ବ୍ଯର୍ଥ ।ବିନମ୍ରତା ନଥିଲେ ବିଦ୍ଯା ବ୍ଯର୍ଥ ।ଉପଯୋଗ ନହେଲେ ଧନ ବ୍ଯର୍ଥ ।ସାହସ ନଥିଲେ ଅସ୍ତ୍ରଶସ୍ତ୍ର ବ୍ଯର୍ଥ ।ପରୋପକାର ନକଲେ ଜୀବନ ବ୍ଯର୍ଥ !!”

➡️”ଯେଉଁ ବ୍ୟକ୍ତି ଶରୀରରେ ଦୁର୍ବଳ କିନ୍ତୁ ମନ ଶାନ୍ତିରେ ଶକ୍ତିଶାଳୀ ଥାଏ ତାକୁ ଦୁନିଆର କୋଉ ବଳ ହରାଇ ନଥାଏ !!”

➡️”ଭାଙ୍ଗି ଯାଇଥିବା “ବିଶ୍ବାସ” — ଆଉ ହରେଇ ଥିବା “ସମୟ” କେବେ ବି ଫେରି ଆସେନାହିଁ —!!”

➡️”ଜୀବନରେ ଏମିତି କୌଣସି ଗୋଟିଏ ସମସ୍ୟା ନାହିଁ କି ଯାହାର ସମାଧାନ ନାହିଁ — ଧୋର୍ଯ୍ଯ ଧରି ରୁହ ଆଉ ନିଜର ଭାବନାକୁ ବଦଳେଇ ଦିଅ ସମାଧାନର ବାଟ ଆପେ ଆପେ ମିଳିଯିବ !!”

ମହାବୀର ପଞ୍ଜିକା
✧═════•❁❀❁•═════✧
ଅଦ୍ୟ ଅଗଷ୍ଟ ମାସ ୦୯ ତାରିଖ ୨୦୨୨ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୨୯
ସମ୍ବତ୍ସର-ଅନଳ
ଶ୍ରାବଣ-ଶୁକ୍ଳପକ୍ଷ
ତିଥି- ଦ୍ୱାଦଶୀ ସନ୍ଧ୍ୟା ଘ୦୫/୪୧ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ
ନକ୍ଷତ୍ର- ମୂଳା ଦିବା ଘ୧୨/୫୦ ପର୍ଯ୍ୟନ୍ତ ତଦନ୍ତେ ପୁର୍ବାଷାଢା
ଚନ୍ଦ୍ର- ଧନୁ
ଯୋଗ- ବିସ୍କୁମ୍ଭ
କରଣ – ବବ
ସୌରମାସ- କର୍କଟ ୨୪ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୦୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୧୦
*✧═════•❁❀
ଯୋଗିନୀ ନୈରୁତେ ରାତ୍ରି ଘ୦୫/୪୧ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ
ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର
ମକର ରାଶିର ଘାତବାର
ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ ୦୧/୨୫ଗତେ ଘ୦୩/୦୨ ମଧ୍ୟେ
ବାରବେଳା – ଦିବା ଘ ୦୭/୦୪ ଗତେ ଘ୦୮/୪୨ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୮/୪୩ ଗତେ ଘ୧୦/୧୭ ମଧ୍ୟେ ଓ ଘ୧୨/୪୨ ଗତେ ଘ୦୨/୧୮ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପୋଇ ସନ୍ଧ୍ୟା ଘ୦୫/୪୧ ଗତେ ବାଇଗଣ ଭକ୍ଷଣ ନିଷେଧ

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌹👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
✧═════•❁❀❁•═════✧
🌹ବୃଷ🌹👉ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |
✧═════•❁❀❁•═════✧
🌹ମିଥୁନ🌹👉ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |
✧═════•❁❀❁•═════✧
🌹କର୍କଟ🌹👉ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।
✧═════•❁❀❁•═════✧
🌹ସିଂହ🌹👉ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |
✧═════•❁❀❁•═════✧
🌹କନ୍ୟା🌹👉ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |
✧═════•❁❀❁•═════✧
🌹ତୁଳା🌹👉ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |
✧═════•❁❀❁•═════✧
🌹ବିଛା🌹👉ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |
✧═════•❁❀❁•═════✧
🌹ଧନୁ🌹👉ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |
✧═════•❁❀❁•═════✧
🌹ମକର 🌹👉ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
✧═════•❁❀❁•═════✧
*🌹କୁମ୍ଭ🌹👉ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ

୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |*
✧═════•❁❀❁•═════✧
🌹ମୀନ🌹👉ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking