27.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶଆମେରିକା ବାଚସ୍ପତିଙ୍କ ଗସ୍ତ ପରେ ତାଇୱାନ ଉପରେ ଆର୍ଥିକ କଟକଣା ଲଗାଇଲା ଚୀନ

ଆମେରିକା ବାଚସ୍ପତିଙ୍କ ଗସ୍ତ ପରେ ତାଇୱାନ ଉପରେ ଆର୍ଥିକ କଟକଣା ଲଗାଇଲା ଚୀନ

ବେଜିଂ: ତାଇୱାନ-ଚୀନ ବିବାଦ ଲାଗି ରହିଛି । ତାଇୱାନକୁ ଅକ୍ତିଆର କରିବାକୁ ସବୁବେଳେ ଚେଷ୍ଟା କରୁଛି ଚୀନ । ତାଇୱାନକୁ ଜୋରଜବରଦସ୍ତ ନିଜ ଦେଶରେ ମିଶାଇବାକୁ ଚେଷ୍ଟା କରୁଛି ଚୀନ । ଏହାରି ଭିତରେ ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଛନ୍ତି । ଯାହାକୁ ନେଇ ଚୀନ ରାଗି ନିଆଁବାଣ ହୋଇଛି । ଫଳସ୍ୱରୂପ ତାଇୱାନ ଉପରେ ଆର୍ôଥକ କଟକଣା ଲଗାଇଛି ଚୀନ । ତାଇୱାନ ସାମଗ୍ରୀ ଉପରେ ଆର୍ôଥକ କଟକଣା ସହ ତାଇୱାନ ସୀମାରେ ଚୀନ ଯୁଦ୍ଧ ଜାହାଜ ଦେଖିବାକୁ ମିଳିଛି । ବେଜିଂର ଜାରି ରହିଥିବା ସୁରକ୍ଷା ବିପଦ ସତ୍ତ୍ୱେ ଆମେରିକାର ବାଚସ୍ପତି ନାନ୍ସି ପେଲୋସି ମଙ୍ଗଳବାର ତାଇୱାନରେ ପହଞ୍ଚିଛନ୍ତି । ବେଜିଂ କହିଛି ଯେ ପେଲୋସିଙ୍କ ଏହି ଗସ୍ତ ଏକ ଚୀନ୍ ନୀତି ଏବଂ ଚୀନ୍‌-ଆମେରିକା ମିଳିତ ବିଜ୍ଞପ୍ତିର ନିୟମକୁ ଉଲ୍ଲଂଘନ କରିଛି । ତାଇୱାନ ଶାନ୍ତି ଓ ସ୍ଥିରତାକୁ ଗଭୀର ଭାବେ କ୍ଷୂର୍ଣ୍ଣ କରୁଛି ।

ନାନ୍ସି ପେଲୋସିଙ୍କ ଏହି ଗସ୍ତ ପରେ ତାଇୱାନ ଉପରେ କଟକଣା ଲଗାଇଛି ଚୀନ । ତାଇୱାନ କୃଷି ପରିଷଦ ସୂଚନା ଦେଇଛି ଯେ, ଚାହା ପତି, ଶୁଖିଲା ଫୁଲ, କୋକୋ ବିନ୍ସ ଓ ଫଳ ଜାତୀୟ ଜିନିଷ ଉପରେ କଟକଣା ଲଗାଇଛି ଚୀନ । ଚୀନ ଆର୍ôଥକ କଟକଣା ଲଗାଇବା ପରେ ଅନେକ ତାଇୱାନ କମ୍ପାନୀ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । କଷ୍ଟମ୍ସ ଆଡମିନିଷ୍ଟ୍ରେସନ ମୋଟ ୧୦୭ ପଞ୍ଜୀକୃତ ତାଇୱାନ ବ୍ରାଣ୍ଡ ଉପରେ ରୋକ ଲଗାଇଛି ଚୀନ । କ୍ରାକର, ପେଷ୍ଟ୍ରି ଏବଂ ନୁଡୁଲ୍ସ ଭଳି ଖାଦ୍ୟ ସମାଗ୍ରୀ ଉପରେ ମଧ୍ୟ କଟକଣା ଲାଗିଛି । ସେଥିମଧ୍ୟରୁ ୩୫ଟି କମ୍ପାନୀ ବର୍ତ୍ତମାନ ସାମୟିକ ଭାବରେ ନିଲମ୍ବିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking