28.1 C
Bhubaneswar
Saturday, April 20, 2024
Homeବିଜିନେସ୍ଖରାପ ପ୍ରେସର କୁକର ବିକୁଥିଲା ଆମାଜନ, ଗଣିବ ଲକ୍ଷେ ଫାଇନ

ଖରାପ ପ୍ରେସର କୁକର ବିକୁଥିଲା ଆମାଜନ, ଗଣିବ ଲକ୍ଷେ ଫାଇନ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ ସପିଂର ନିଶା ସମସ୍ତଙ୍କୁ ଘାରିଛି । ଲୋକମାନେ ଘରେ ବସି ଚୁଟକିରେ ନାନାଦି ସାମଗ୍ରୀ କିଣୁଛନ୍ତି । ଇ-କମର୍ସ କମ୍ପାନୀ ଜରିଆରେ ଡ୍ରେସ ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଯାଏଁ ସବୁକିଛି କିଣା ହେଉଛି । ହେଲେ ବେଳେବେଳେ ଡେଲିଭରି ହେଉଥିବା ଏହିସବୁ ପ୍ରଡକ୍ଟ ଅତ୍ୟନ୍ତ ଖରାପ ପଡୁଥିବାର ମଧ୍ୟ ଅଭିଯୋଗ ଆସୁଛି । ଗ୍ରାହକଙ୍କୁ ଏଭଳି କିଛି ଖରାପ ପ୍ରଡକ୍ଟ ଡେଲିଭରି କରି ଏବେ ଅଡୁଆରେ ପଡିଛି ବିଶ୍ୱର ସବୁଠୁ ବଡ ଇ-କମର୍ସ କମ୍ପାନୀ ଆମାଜନ । ଆମାଜନ କମ୍ପାନୀ ଖରାପ ତଥା ନିମ୍ନମାନର ପ୍ରେସର କୁକର ଡେଲିଭରି କରିବା ନେଇ ଏହା ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ, ଆମାଜନ କିଛି ଖରାପ ପ୍ରେସର କୁକର ବିତରଣ କରିଥିବାର ନିଜରକୁ ଆସିଥିଲା । ଏହାପରେ ଏହି ଇ-କମର୍ସ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ସିସିପିଏ ଆମାଜନକୁ ୧ ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ଆମାଜନ ନିଜ ପ୍ଲାଟଫର୍ମ ଜରିଆରେ ବିକ୍ରୟ କରିଥିବା ୨,୨୬୫ଟି ପ୍ରେସର କୁକର କ୍ରେତାଙ୍କୁ ଚିହ୍ନଟ କରିବ । ଏହାପରେ ସମସ୍ତ କ୍ରେତାଙ୍କ ସହ ଯୋଗାଯୋଗ କରି ନିଜର ପ୍ରଡକ୍ଟ ଫେରସ୍ତ ଆଣିବା ସହ ସେମାନଙ୍କ ଟଙ୍କା ଫେରାଇବାକୁ କୁହାଯାଇଛି । ସିସିପିଏ ମୁଖ୍ୟ ନିଧି ଖରେ ଆମାଜନ ବିରୁଦ୍ଧରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking