ବ୍ରହ୍ମପୁର : ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର ଗାଁ’ରେ ଘଟିଛି । ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଉଭୟ ସ୍ୱାମୀ, ସ୍ତ୍ରୀ ଗୋଟିଏ ଲୁଗାରେ ଝୁଲି ରହିଛନ୍ତି । ପାରିବାରିକ କଳହରୁ ଏପରି ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।